ସଂଚାର ବ୍ୟୁରୋ: ପାକିସ୍ତାନରେ ହିନ୍ଦୁ ମନ୍ତ୍ରୀଙ୍କୁ ଆକ୍ରମଣ। ସିନ୍ଧ ପ୍ରଦେଶରେ ସରକାରଙ୍କ ଜଳସେଚନ ପ୍ରକଳ୍ପକୁ ବିରୋଧ ବେଳେ ହିନ୍ଦୁ ମନ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ ଆନ୍ଦୋଳନକାରୀ। ସିନ୍ଧ ପ୍ରଦେଶରେ ସରକାରଙ୍କ ଜଳସେଚନ କେନାଲ ପ୍ରକଳ୍ପକୁ ବିରୋଧ କରୁଥିବା ପ୍ରଦର୍ଶନକାରୀମାନେ ପାକିସ୍ତାନର ହିନ୍ଦୁ ମନ୍ତ୍ରୀ ଖିଆଲ ଦାସ କୋହିସ୍ତାନିଙ୍କୁ ଆକ୍ରମଣ କରିଥିଲେ। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ସିନ୍ଧରେ ଖିଆଲ ଦାସ କୋହିସ୍ତାନିଙ୍କ କାରକେଡ୍ ଉପରେ ଆଳୁ ଓ ଟମାଟୋ ମାଡ଼ କରିଥିଲେ। ଧାର୍ମିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଖିଆଲ ଦାସ କୋହିସ୍ତାନିଙ୍କ ଗାଡ଼ି ଯାଉଥିବା ସମୟରେ ପ୍ରଦର୍ଶନକାରୀମାନେ ଆଳୁ ଏବଂ ଟମାଟୋ ଫିଙ୍ଗିଥିଲେ।ଏହି ପ୍ରଦେଶରେ ସଂଖ୍ୟାଲଘୁ ଜନସଂଖ୍ୟା ବିଶେଷକରି ହିନ୍ଦୁମାନେ ବହୁଳ ଭାବରେ ବାସ କରନ୍ତି।ସେପଟେ ଜନପ୍ରତିନିଧିଙ୍କ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ପାକ ପ୍ରଧାନମନ୍ତ୍ରୀ। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବ ବୋଲି କହିଛନ୍ତି।