ଆସାମୀକୁ ଖସାଇ ଦେଉଥିବା ଅଭିଯୋଗ କରି ଅସ୍ତରଙ୍ଗ ପୋଲିସକୁ ଘେରିଲେ ସ୍ଥାନୀୟ ଲୋକେ । ଏହା ସହିତ ପୋଲିସ ଗାଡ଼ିକୁ ଅଟକ ରଖିଲେ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଓଳିହା ଐଶାନେଶ୍ୱର ଶିବ ମନ୍ଦିର ନିକଟରେ ଥିବା ଏକ ଭେରାଇଟି ଷ୍ଟୋରକୁ ବିଳମ୍ଵିତ ରାତିରେ କେହି ନିଆଁ ଲଗାଇ ଦେଇଥିଲା । ଏନେଇ ପ୍ରଭାତ ବେହେରା ଏ ନେଇ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ଅସ୍ତରଙ୍ଗ ଏସଆଇ ଅନିରୁଦ୍ଧ ଜାଲ୍ଲୀ ଓ ଏ ଏସଆଇ ପ୍ରଶାନ୍ତ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଜଳିଯାଇଥିବା ଦୋକାନ ଆଗରେ ଥିବା ପ୍ରତିଦ୍ଵନ୍ଦୀ ଦୋକାନର ସିସି କ୍ୟାମେରା ଯାଞ୍ଚ କରିବାକୁ ଯାିଥିଲା ପୋଲିସ । ଏହି ସମୟରେ ପୋଲିସକୁ ଦେଖି ହାର୍ଡଡିକ୍ସି ନେଇ ପ୍ରତିଦ୍ଵନ୍ଦୀ ଦୋକାନୀ କୃଷ୍ଣଚନ୍ଦ୍ର ମହାନ୍ତି ଖସିଯିବାକୁ ଉଦ୍ୟମ କରିଥିଲେ । ପ୍ରତିଦ୍ଵନ୍ଦୀ ଦୋକାନୀଙ୍କ ଶରୀରରେ ପୋଡ଼ାଚିହ୍ନ ରହିଥିବାରୁ ଲୋକଙ୍କ ମନରେ ତାଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ପୋଲିସ ଧରିବା ପରିବର୍ତ୍ତେ ଅଭିଯୁକ୍ତକୁ ଖସାଇବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରି ଅସ୍ତରଙ୍ଗରୁ ନଗର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଏହା ସହିତ ପୋଲିସ ଗାଡ଼ିକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ ଅଟକ ରଖିଥିଲେ । ତଦନ୍ତ କରିବା ସହ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

