ସଂଚାର ବ୍ୟୁରୋ: ବନ୍ୟାରେ ଭାସୁଛି ଆସାମ । ବ୍ରହ୍ମପୁତ୍ର ନଦୀର ପାଣିରେ ଉଟୁବୁଟୁ ହେଉଛି ପୁରା ରାଜ୍ୟ। ବର୍ଷା ଓ ବନ୍ୟାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଟି ଜିଲ୍ଲାର ପ୍ରାୟ ୮୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏପରିକି ଦିବ୍ରୁଗଡ଼ରେ ବିପଦ ସଂକେଟ ପାର୍ କରିଛି ବ୍ରହ୍ମପୁତ୍ର। ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି। କିଛି ଦିନ ହେଲା ଏହି ଅଞ୍ଚଳରେ ମୂଷଳ ଧାରାରେ ବର୍ଷା ଜାରି ରହିଛି। ଏଥିରେ ବ୍ୟାପକ ଧନଜୀବନ ହାନି ହୋଇଛି। ହଜାର ହଜାର ଲୋକ ବାସହରା ହୋଇଥିବାର ମଧ୍ୟ ସୂଚନା ମିଳିଛି। ଆସାମ ରାଇଫଲସ୍ ଓ ଏନଡିଆରଏଫ୍ ଲାଗିଛନ୍ତି ଉଦ୍ଧାର କାର୍ଯ୍ୟରେ। ପ୍ରାୟ ୩ ହଜାର ଲୋକଙ୍କୁ ରେସକ୍ୟୁ କରାଯାଇଛି । ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ କେତେକ ଜିଲ୍ଲାରେ ଜାରି କରାଯାଇଛି ରେଡ୍ ଆଲର୍ଟ।

