ଆସାମର ନଗାଁରେ ମଙ୍ଗଳବାର ସକାଳ ପ୍ରାୟ ୪ଟା ୨୩ ମିନିଟ୍ରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି (NCS) ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଥିଲା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ବଡ଼ଧରଣର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
ଏହା ସହିତ ମଣିପୁରର ତାମେଙ୍ଗଲଙ୍ଗରେ ମଧ୍ୟ ଭୂକମ୍ପ ରେକର୍ଡ ହୋଇଛି। NCS ଅନୁଯାୟୀ, ସେଠାରେ ଭୂକମ୍ପର ତୀବ୍ରତା ୨.୯ ଥିଲା । ନଗାଁ ଆସାମର ରାଜନୈତିକ ଦୃଷ୍ଟିରୁ ମଧ୍ୟ ଏକ ଚର୍ଚ୍ଚିତ ସ୍ଥାନ । ଏଠାରୁ ବିଜେପି ପୂର୍ବତନ IAS ଅଧିକାରୀ ଦେବାଶିଷ ଶର୍ମାଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ଶିବାମଣି ବୋରା ମଇଦାନରେ ଅଛନ୍ତି । ସେହିପରି AIUDF ମହମ୍ମଦ ବଦରୁଦ୍ଦିନ ଅଜମଲଙ୍କୁ ପ୍ରାର୍ଥୀ କରିଛି ।

