୯୦ ବର୍ଷର ପରମ୍ପରାରେ ପଡିଲା ପୂର୍ଣ୍ଣଚ୍ଛେଦ । ଆସାମରେ ବିଧାନସଭାରେ ଜୁମା ଅର୍ଥାତ ଶୁକ୍ରବାର ନମାଜ ବିରତିକୁ ସବୁ ଦିନ ଲାଗି ହଟାଇ ଦିଆଯାଇଛି । ବିଧାନସଭା ଏ ନେଇ ଘୋଷଣା କରିବା ପରେ ସଂଖ୍ଯାଲଘୁ ସଂପ୍ରଦାୟର ବିଧାୟକମାନେ ତୀବ୍ର ସନ୍ତୋଷ ପ୍ରକାଶ କରିଥିବାବେଳେ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏହାକୁ ସ୍ବାଗତ କରିଛନ୍ତି । ବ୍ରିଟଶ ଅମଳର ପରମ୍ପରା କହି ଶୁକ୍ରବାର ନମାଜ ବିରତିକୁ ସଂପୂର୍ଣ୍ଣ ହଟାଇ ଦେଇଛି ଆସାମ ବିଧାନସଭା । ଏପରି ଏକ ବ୍ଯବସ୍ଥାକୁ ହଟାଇବା ପାଇଁ ଗତ ବର୍ଷ ଅଗଷ୍ଟରେ ସରକାର ନିଷ୍ପତ୍ତି ନେଇଥିଲେ । ଏଥିଲାଗି ବିଧାନସଭାର ନିୟମ କମିଟି ଏହା ଉପରେ ଆଲୋଚନା କରି ଏହି ପରମ୍ପରାକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା । ଯାହା ଚଳିତ ବିଧାନସଭା ଅଧିବେଶନରେ ଏହାକୁ ଲାଗୁ କରାଯାଇଛି । ମୁସଲମାନ ବିଧାୟକଙ୍କୁ ଏହି ନମାଜ ବ୍ରେକରେ ଦୁଇ ଘଣ୍ଟାର ବିରତି ମିଳୁଥିଲା । ପ୍ରାର୍ଥନା ପାଇଁ ମୁସଲିମ ବିଧାୟକମାନେ ଯାଉଥିବାରୁ ଏହି ସମୟରେ ବିଧାନସଭାର କାର୍ଯ୍ୟକ୍ରମ ସ୍ଥଗିତ ରହୁଥିଲା । ତେବେ ବିରୋଧୀ ଦଳ ଏହାକୁ ବହୁସଂଖ୍ଯକଙ୍କ ମନମାନି ବୋଲି କହିଛି । ଘଟଣାରେ ପ୍ରତିକ୍ରିୟା ଦେଇ ବାଚସ୍ପତି ବିଶ୍ବଜିତ ଦୈମାରୀ କହିଛନ୍ତି, ଧର୍ମନିରପେକ୍ଷତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଉପରେ କମିଟି ମୋହର ମାରିଥିଲା ।