ସଂଚାର ବ୍ୟୁରୋ: ଭାରତ-ଚୀନ ସୀମା ଅରୁଣାଚଳ ପ୍ରଦେଶରେ ବଡ଼ ଧରଣର ଦୁର୍ଘଟଣା। ଦୁର୍ଘଟଣାରେ ୨୨ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ସୂଚନା। ହାୟୁଲିଆଙ୍ଗ-ଚଗଲାଗାମ ରୋଡରେ ଘଟିଛି ଦୁର୍ଘଟଣା। ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରକ ଖାତରେ ଖସିପଡ଼ିବା ଯୋଗୁ ଦୁର୍ଘଟଣା ଘଟିଥିଲା। ଆସାମର ତିନସୁକିଆ ଜିଲ୍ଲାରୁ ଯିବାବେଳେ ଅରୁଣାଚଳ ପ୍ରଦେଶର ଅନଜାରେ ଘଟିଥିଲା । ଘଟଣାସ୍ଥଳରେ ବିଭିନ୍ନ ବାହିନୀର ଉଦ୍ଧାର କାର୍ଯ୍ଯ ଜାରି ରହିଛି।
ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

