ସଂଚାର ବ୍ୟୁରୋ: କେନ୍ଦ୍ର ଜାତିଗଣନା କରିବ ନାହିଁ ବୋଲି ଗଣମାଧ୍ଯମର ଏକ ପ୍ରଶ୍ନରେ ପ୍ରତିକ୍ରିୟା ରଖିଛି ବିଜେଡି । ଜାତି ଜନଗଣନା ଆଗରୁ ହୋଇଛି । ତେଣୁ ଜାତିଭିତ୍ତିକ ଜନଗଣନା ହୋଇ ପାରିବ । ହେଲେ ଏହା ହୋଇ ପାରିବନି ବୋଲି ବିଭ୍ରାନ୍ତି କରାନଯାଉ ବୋଲି କହିଛି ବିଜେଡି । ପ୍ରତି ଦଶ ବର୍ଷରେ ଜନଗଣନା ହେବାର ନିୟମ ରହିଛି । ୨୦୦୧, ୨୦୧୧ ରେ ଜାତି ଜନଗଣନା ହୋଇଥିଲା । ହେଲେ କରୋନା ଆଳରେ ୨୦୨୧ରେ କେନ୍ଦ୍ର ସରକାର କଲେନି ।
ଯଦି ଧର୍ମ, ଆଦିବାସୀ ଓ ଦଳିତଙ୍କ ସଂଖ୍ୟା ନେଇ ଜନଗଣନା ହେଉଛି । ତେବେ ଓବିସି ଓ ସାଧାରଣ ବର୍ଗଙ୍କ ତାଲିକା ବାହାର କରିବା ଗଣନ କରିବାରେ କ୍ଷତି କଣ ବୋଲି ପ୍ରଶ୍ନ କରିଛି ବିଜେଡି । ସରକାରଙ୍କ ଉଦ୍ଦେଶ୍ୟ କଣ ? ଦେଶ ସାରା ଓବିସିଙ୍କ ନାଁରେ ଭୋଟ ମାଗୁଛନ୍ତି । ଝାଡ଼ଖଣ୍ଡରେ ୨୭% ଓବିସି ସଂରକ୍ଷଣ କଥା କହିଛନ୍ତି । ମହାରାଷ୍ଟ୍ରରେ ବି ଓବିସି କଥା କହିଲେ । ଏଥର କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା କରନ୍ତୁ । ନ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାଇ ଦେଇଛି ବିଜେଡି ।