ସଂଚାର ବ୍ୟୁରୋ: ପଂଜାବର ଆପ୍ ସାଂସଦ ସଂଜୀବ ଅରୋରାଙ୍କ ଘରେ ଇଡି ରେଡ୍ । ଜଳନ୍ଧରରେ ଥିବା ତାଙ୍କ ଘରେ, ଅଫିସରେ ଓ ଗୁରୁଗ୍ରାମରେ ଥିବା ଘରେ ଇଡି ରେଡ୍ କରୁଛି। ମନି ଲଣ୍ଡ୍ରରିଂ ଅଭିଯୋଗରେ ସଂଜୀବ ଅରୋରାଙ୍କ ଉପରେ ଏହି ଚଢ଼ାଉ ଚାଲିଥିବାର ଜଣାପଡ଼ିଛି। ସଂଜୀବ ଅରୋରାଙ୍କ ପ୍ରାଇଭେଟ ବିଜନେସ୍ ଅଛି। ବେଆଇନ ଭାବେ କିଛି ଜମି ସେ ନିଜ କମ୍ପାନି ନାଁରେ କରିଥିବାର ଅଭିଯୋଗ ହୋଇଛି। ସୋସିଆଲ ମିଡିଆ ଏକ୍ସରେ ସଂଜୀବ ଅରୋରା କହିଛନ୍ତି, ଦେଶର ଆଇନ କାନୁନକୁ ମାନୁଥିବା ମୁଁ ଏକ ଏକ ନାଗରିକ। କଣ ପାଇଁ ଏହି ସର୍ଚ୍ଚ ଅପରେସନ ହେଉଛି, ତାହା ଜାଣନାହିଁ। ଇଡି ସହିତ ପୁରା ସହଯୋଗ କରିବି ଓ ସେମାନଙ୍କର ସବୁ ପ୍ରଶ୍ନର ଉତ୍ତର ଦେବି। ସେପଟେି ଆପ୍ ବିଧାୟକ ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି, ଆମ ଦଳକୁ ଭାଙ୍ଗିବାକୁ ଏହି ରେଡ୍ କରାଯାଉଛି। କିନ୍ତୁ ଆପ୍ କୁ କେହି ରୋକି ପାରିବେ ନାହିଁ। ଆପ୍ କର୍ମୀଙ୍କୁ କେହି କିଣିପାରିବେ ନାହିଁ କି କେହି ଡରାଇ ପାରିବେ ନାହିଁ। ଅଳ୍ପ ଦିନ ତଳେ ବିଭିନ୍ନ ମାମଲାରେ ଜେଲରୁ ବାହାରିଛନ୍ତି ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଓ ସଂଜୟ ସିଂହ।