ସଂଚାର ବ୍ୟୁରୋ: ଏଣିକି ଆପାର୍ଟମେଣ୍ଟ କିଣା ବିକା ହେବ ସହଜ । ଯେଉଁ ସବୁ ଆପାର୍ଟମେଣ୍ଟ ଗୁଡିକ ୨୦୧୭ ଫେବୃଆରୀ ୨୫ ପୂର୍ବରୁ ସମ୍ପୂର୍ଣ ହୋଇଛି ସେହି ସବୁ ଆପାର୍ଟମେଣ୍ଟ ଗୁଡିକ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ସତ୍ତ୍ଵେ ପଞ୍ଜିକରଣ କରାଯାଇପାରିବ । ଏନେଇ ଗୃହ ଓ ନଗର ଉନୟନ ବିଭାଗ ତରଫରୁ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅନୁରୋଧ କରାଯାଇଛି । ବିଡିଏ ଏବଂ ବିଏମସିରେ ଓଡିଶା ଡେଭଲପମେଣ୍ଟ ଅଥରିଟି ୧୯୮୨ କାର୍ଯ୍ୟକାରୀତା ନେଇ ବିଭିନ୍ନ ସମୟରେ ଜାରି କରାଯାଇଥିବା ଆଦେଶନାମା ବିରୁଦ୍ଧରେ ପଡିରହିଥିବା ଅପିଲ ଗୁଡିକର ତୁରନ୍ତ ଫଇସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଛି । ପାର୍ଟ ପ୍ଲଟ ପାଇଁ ରାଜସ୍ବ ଓ ଆଇନ ବିଭାଗ ସହ ବୈଠକ ସରିଛି । ନଗର ଉନ୍ନୟନ ସଚିବ ଡ୍ରାପ ପ୍ରପୋଜାଲ ଦେଇସାରିଛନ୍ତି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ମନ୍ତ୍ରୀ