ସଂଚାର ବ୍ୟୁରୋ: ଅନୁଗୁଳ ଠାକୁରଗଡ଼ ଥାନା ଅନ୍ତର୍ଗତ ଆମ୍ବସରମୁଣ୍ଡା ପଞ୍ଚୟତ ଜନକପୁର ଗ୍ରାମରେ ଗୁଳିମାଡ଼ l ଗୁଳିମାଡ଼ରେ ଜନକପୁର ଗ୍ରାମର ଧୃବ ନାୟକ ଗୁରୁତର l ଧୃବ ନାୟକର ବାମ ଗୋଡ଼ଗୁଳି ବାଜି ଥିବାରୁ ଗୁରୁତର ଅବସ୍ଥାରେ ଆଠମଲ୍ଲିକ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଅବସ୍ଥା ସଂକଟାପନ୍ନ ହେବାରୁ ଧୃବ ନାୟକକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ସକାଳୁ ଧୃବ ନାୟକ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିଲା। ଛତୁ ସଂଗ୍ରହ କରୁଥିବା ସମୟରେ ଜଣେ ଶିକାରୀର ଗୁଳି ଧୃବ ନାୟକର ବାମ ଗୋଡ଼ରେ ବାଜିଥିଲା। ଶିକାରୀମାନେ ଜନ୍ତୁ ଶିକାର କରିବାକୁ ଯାଇ ଏଭଳି ଗୁଳି କରିଥିବା ସନ୍ଦେହ କରାଯାଉଛି ।