ସଂଚାର ବ୍ୟୁରୋ: ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଟ୍ୟାଙ୍କରରେ ଲାଗିଲା ନିଆଁ । ଜାତୀୟ ରାଜପଥର ରାଣୀଭୁଇଁ ନିକଟରେ ଟ୍ୟାଙ୍କରରେ ନିଆଁ ଲାଗିବା ଯୋଗୁଁ ଅଧ ଘଣ୍ଟାରୁ ଅଧିକ ଯାତାୟାତ ଠପ ହୋଇଥିଲା । ସୂଚନା ଅନୁସାରେ, କୌଣସି କମ୍ପାନୀକୁ ଫାଇନ ସିମେଣ୍ଟ ବୋଝେଇ ହୋଇ ଟ୍ୟାଙ୍କରରେ ଯାଉଥିଲା । ରାଣୀଭୁଇଁ ନିକଟରେ ହଠାତ ଟ୍ୟାଙ୍କରର ପଛ ପଟରୁ ନିଆଁ ଲାଗିଥିଲା । ନିଆଁ ଲାଗୁଥିବା ଜାଣିପାରି ଚାଳକ ଗାଡି ଅଟକାଇ ଦମକଳ ବାହିନୀକୁ ଖବର ଦେଇଥିଲେ । ବାମୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।