ସଂଚାର ବ୍ୟୁରୋ: ଟ୍ରଲିରେ ବୁହାହୋଇ ଡାକ୍ତରଖାନା ଗଲେ ରୋଗୀ । ଅନୁଗୁଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ଯସେବାର ଏଭଳି ବିକଳ ଚିତ୍ର । ଆମ୍ବୁଲାନ୍ସ ନଆସିବାରୁ ଟ୍ରଲିରେ ୧୨ ବର୍ଷୀୟ ପୁଅକୁ ଟାଣିଟାଣି ଡାକ୍ତରଖାନା ନେଇଛନ୍ତି ପରିବାର ଲୋକ । ଅଭିଯୋଗ ଅନୁସାରେ ବନାରସ ଅଞ୍ଚଳର ଜଗଦୀଶ କୁମାର ପରିବାର ସହ ଅନୁଗୁଳ ହେମସୁରପଡା ଅଞ୍ଚଳରେ ରହୁଥିଲେ । ଗତକାଲି ସନ୍ଧ୍ଯାରେ ତାଙ୍କ ପୁଅ ବୀର କୁମାର ଅସୁସ୍ଥ ହୋଇପଡ଼ିଥିଲା । ଫୋନ କରିବାର ଦୀର୍ଘ ସମୟ ଯାଏଁ ଆମ୍ବୁଲାନ୍ସ ଆସିନଥିଲା । ଫଳରେ ବାଧ୍ଯ ହୋଇ ଟ୍ରଲିରେ ପୁଅକୁ ଟାଣଟାଣି ଡାକ୍ତରଖାନା ନେଇଥିଲେ ବାପା । ଏଭଳି ଘଟଣାକୁ ନେଇ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ସବୁଠି ନିନ୍ଦା କରାଯାଇଛି ।