ସଂଚାର ବ୍ୟୁରୋ: ଅନୁଗୁଳ ଜରପଡା ଥାନା କୁଶିକିଳା ଗାଁରେ ଅଭାବନୀୟ ଘଟଣା । ୫୦ ଟଙ୍କା ପାଇଁ ଟାଙ୍ଗିଆ ଓ ଲୁହା ରଡରେ ଆକ୍ରମଣ କରି ଲହୁ ଲୁହାଣ କଲେ ଦିଅର ଓ ପୁତୁରା । ଗୁରୁତର ହେଲେ ଜରପଡା ଥାନା କୁଶକିଳା ଗାଁର ଲବଙ୍ଗ ସାହୁ ଓ ପୁଅ ଲିକୁ ସାହୁ । ସୂଚନା ଅନୁସାରେ, ଦୁଇ ପରିବାର ଗୋଟିଏ ଘରେ ରହୁଥିବା ବେଳେ ଲବଙ୍ଗଙ୍କ ପରିବାର ଲୋକ ଘରେ ନଥିବା ବେଳେ, ପୁଅ ଲିକୁଙ୍କ ପକେଟରୁ ୫୦ ଟଙ୍କା ଚୋରି ହୋଇଥିଲା l
ପୁଅ ପକେଟରୁ ଟଙ୍କା ଚୋରୀ ହୋଇଥିବା ଲବଙ୍ଗ ଜାଣିବା ପରେ ଘର ଭିତରୁ ପଶି କିଏ ଚୋରି କରିଛି କହି ଗାଳିଗୁଲଜ କରିଥିଲେ । ଗାଳି ଗୁଲଜକୁ ନେଇ ଲବଙ୍ଗଙ୍କ ଦିଅର ଓ ପୁତୁରା ମଧ୍ୟରେ ତୀବ୍ର ବଚସା ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ଲବଙ୍ଗଙ୍କୁ ଟାଙ୍ଗିଆ ଓ ଲୁହା ରଡରେ ଆକ୍ରମଣ କରିଥିଲେ ଦିଅର ଓ ପୁତୁରା। ମା’କୁ ଉଦ୍ଧାର କରିବାକୁ ଆସିଥିବା ବେଳ, ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଗୁରୁତର ମା ଓ ପୁଅଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ କିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।