ସଂଚାର ବ୍ୟୁରୋ: ପଶ୍ଚିମବଙ୍ଗର ୨୪ ପରାଗଣ ଜିଲ୍ଲାରେ ଏକ ଅଭାନୀୟ ଘଟଣା ଘଟିଛି । ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଏକ ନାବାଳିକାକୁ ଦୁଷ୍କର୍ମ କରି ଜୀବନରୁ ମାରି ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ନାବାଳିକା ଜଣଙ୍କ ଟ୍ୟୁସନରୁ ଘରକୁ ଫେରୁ ଥିବା ସମୟରେ ଶୁକ୍ରବାର ଦିନ ତାଙ୍କୁ ଅପହରଣ କରାଯାଇଥିଲା । ଶନିବାର ଦିନ ଏକ କେନାଲ ନିକଟରୁ ନାବାଳିକାଙ୍କ ମୃତଦେହ ମିଳିଥିଲା । ସ୍ଥାନୀୟ ପୋଲିସ୍ ଷ୍ଟେସନ୍ କୁ ଉତ୍ତ୍ୟକ୍ତ ଗ୍ରାମବାସୀ ମାନେ ସାଙ୍ଗରେ ବାଡି, ବାଉଁଶ, ଧରି ସବଡ଼ି ଭିଜ୍ ନାଲ୍ କର୍ମଚାରୀ ଆଶିଷ ବିଶ୍ବାସଙ୍କୁ ଘେରାଉ କରିଥିଲେ ।
ଏହାସହ ଗ୍ରାମବାସୀ ମାନେ ପୋଲିସ୍ ଆଉଟ ପୋଷ୍ଟକୁ ନିଆଁ ଲଗାଇ ଦେଇଥିଲେ । ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ ବ୍ୟାଟନ୍ ଚାର୍ଜ କରିଥିଲା । ଜଣଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ସିନିୟର୍ ପୋଲିସ୍ ଅଫିସର । ଏହି ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରାଯାଇପାରିବ ତାହା ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଶନିବାର ରାତି ପ୍ରାୟ ସାଢେ ତିନିଟା ସମୟରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ମୃତଦେହ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି । ରିପୋର୍ଟ