ଆମେରିକାରେ ପୁଣି ୨ ବିମାନ ଧକ୍କା । ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି । ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ରନଓ୍ୱେ ସମୟରେ ଧକ୍କା ହୋଇଥିବା କୁହାଯାଉଛି । ସିଆଟେଲ୍- ଟାକୋମା ଏୟାରପୋର୍ଟ ରନଓ୍ୱେରେ ୨ ବିମାନ ଧକ୍କା ହୋଇଥିଲା । ହେଲେ ବିମାନରେ ଥିବା ୧୪୨ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ସୂଚନା ଅନୁସାରେ ପୂର୍ବରୁ ମଧ୍ୟ କିଛି ଦିନ ତଳେ ମଝି ଆକାଶରେ ଦୁଇ ବିମାନ ଧକ୍କା ହୋଇଥିଲା । ଆମେରିକାର ୱାଶିଂଟନ ଡିସି ନିକଟରେ ରେଗାନ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଅବତରଣ ପୂର୍ବରୁ ବିମାନକୁ ଧକ୍କା ଦେଇଥିଲା ଆର୍ମି ହେଲିକପ୍ଟର । ଦୁର୍ଘଟଣା ପରେ ବିମାନଟି ପୋଟମାକ୍ ନଦୀକୁ ଖସିପଡିଥିଲା । ନଦୀରୁ ୧୯ ଜଣଙ୍କ ମୃତଦେହ ଜବତ କରାଯାଇଥିଲା । ବିମାନରେ ୬୪ ଲୋକ ଥିଲେ । ଏହି ଘଟଣା ପରେ ଏୟାରପୋର୍ଟର ସମସ୍ତ ଉଡାଣକୁ ରଦ୍ଦ କରାଯାଇଥିଲା । ଏହି ଦୁର୍ଘଟଣା ହ୍ବାଇଟ୍ ହାଉସ୍ରୁ ମାତ୍ର ୫ କିଲୋମିଟର ଦୂରତ୍ବରେ ହୋଇଥିଲା ।