ଓସ୍କାର ସମାରୋହରେ ବାଜି ମାରିଛି ଫିଲ୍ମ ଅନୋରା। ଏହି ଫିଲ୍ମକୁ ମିଳିଛି ୫ଟି ପୁରସ୍କାର। ଅନୋରା ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଥିବା ବେଳେ ଏହି ଫିଲ୍ମକୁ ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ଅରିଜିନାଲ ସ୍କ୍ରିନ ପ୍ଲେ, ଶ୍ରେଷ୍ଠ ସଂପାଦନା ପୁରସ୍କାର ମଧ୍ୟ ମିଳିଛି। ଅନୋରା ଫିଲ୍ମା ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି ସିନ୍ ବେକର। ସେହିପରି ଏହି ଫିଲ୍ମ ପାଇଁ ମିକି ମାଡିସନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ମିଳିଛି। ଦି ବ୍ରୁଟାଲିଷ୍ଟ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଛନ୍ତି ଆଡ୍ରିଆନ୍ ବ୍ରଡି। ଏମିଲିଆ ପେରେଜ୍ ପାଇଁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ଜୋଏ ସାଲଦାନା। ସେହିପରି ଦି ରିଏଲ୍ ପେନ୍ ପାଇଁ ଶ୍ରେଷ୍ଠ ସହ ଅଭିନେତାର ପୁରସ୍କାର ପାଇଛନ୍ତି କିଏରାନ୍ ଚୁଲକିନ୍। ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବିବେଚିତ ହୋଇଛି ଆଇ ଏମ୍ ଷ୍ଟିଲ୍ ହିୟର। ଶ୍ରେଷ୍ଠ ସଂଗୀତ ପୁରସ୍କାର ପାଇଛି ଦି ବ୍ରୁଟାଲିଷ୍ଟ। ସେହିପରି ଶ୍ରେଷ୍ଠ ସିନେମାଟୋଗ୍ରାଫି ଭାବେ ପୁରସ୍କାର ପାଇଛି ଦି ବ୍ରୁଟାଲିଷ୍ଟ ଫିଲ୍ମ। ଶ୍ରେଷ୍ଠ ଅନିମେଟେଡ୍ ଫିଚର ଫିଲ୍ମ ଭାବେ ପୁରସ୍କାର ପାଇଛି ଫ୍ଲୋ। … ଅନୋରାକୁ ୫ଟି ଓସ୍କାର ମିଳିଥିବା ବେଳେ ଦି ବ୍ରୁଟାଲିଷ୍ଟ ଫିଲ୍ମ ପାଇଛି ୩ଟି ଓସ୍କାର। ୱିକେଡ୍ ଓ ଡୁନେ ପାର୍ଟ ଟୁ ଦୁଇଟି ଲେଖାଏଁ ଓସ୍କାର ପାଇଛନ୍ତି।