ସଂଚାର ବ୍ୟୁରୋ: ନନ୍ଦନକାନନ ଏବଂ କଲିକତାର ଆଲିପୋର ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁ ବିନିମୟ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରୀ ହୋଇଛି । ପୂର୍ବରୁ ଅନୁମୋଦନ ହୋଇଥିବା ପଶୁପକ୍ଷୀଙ୍କ ମଧ୍ୟରେ ନନ୍ଦନକାନନରୁ ଗୋଟିଏ ବାଘୁଣୀ, ଗୋଟିଏ ସିଂହ, ଗୋଟିଏ ସିଂହୀ, ଦୁଇଟି ଫିମେଲ ହିମାଲୟାନ୍ କଳାଭାଲୁ, ଦୁଇଟି ମେଲ ହଗ୍ ଡିଅର, ୩ଟି ଫମେଲ ହଗ୍ ଡିଅର, ଗୋଟିଏ ମେଲ ହିପ୍ପୋ, ଗୋଟିଏ ଫିମେଲ ହିପ୍ପୋ, ୨ଟି ମେଲ ମାଉସ୍ ଡିଅର, ୨ଟି ଫିମେଲ ମାଉସ୍ ଡିଅର ଏବଂ ଗୋଟିଏ ଲେଖାଏଁ ମେଲ ଏବଂ ଫିମେଲ ବରସିଂହା ଆଲିପୁର ପ୍ରାଣୀ ଉଦ୍ୟାନକୁ ଆଜି ପ୍ରଦାନ କରାଯିବ । ସେହିଭଳି ଆଲିପୁର ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନକୁ ଗୋଟିଏ ମେଲ ଜିରାଫ, ଗୋଟିଏ ଫିମେଲ ଜିରାଫ, ଗୋଟିଏ ମେଲ ଫିସିଂ କ୍ୟାଟ୍, ଗୋଟିଏ ଫିମେଲ ଫିସିଂ କ୍ୟାଟ, ୨ଟି ମେଲ ଓ୍ବାଟର ମନିଟର ଲିଜାର୍ଡ, ୪ଟି ଫିମେଲ ଓ୍ବାଟରମନିଟର ଲିଜାର୍ଡ, ୪ଟି ଲେଖାଏଁ ମେଲ୍ ଫିମେଲ ଗ୍ରୀନ୍ ଇଗୁଆନା ଏବଂ ଗୋଟିଏ ଲେଖାଏଁ ମେଲ ଫିମେଲ ସ୍ପୁନ୍ ବିଲ୍ ନନ୍ଦନକାନନକୁ ପ୍ରଦାନ କରିବା ପାଇଁ ଅନୁମୋଦନ ହୋଇଛି । ଗତକାଲି ପ୍ରଥମ ପର୍ଯ୍ୟାୟରେ ଆଲିପୁର ପ୍ରାଣୀ ଉଦ୍ୟାନରୁ ଓ୍ବାଟର ମନିଟର ଲିଜାର୍ଡ, ସ୍ପୁନ୍ ବିଲ୍ ଏବଂ ଫିସିଂ କ୍ୟାଟ୍ ଆସିଥିବା ବେଳେ ଆଜି ନନ୍ଦନକାନନରୁ ବାଘ, ସିଂହ ଏବଂ ହିମାଳୟ କଳାଭାଲି ସ୍ଥାନାନ୍ତର ହେବ । ଅବଶିଷ୍ଟ ପଶୁମାନଙ୍କର ଆଦାନପ୍ରଦାନ ଖୁବଶୀଘ୍ର ହେବ ବୋଲି ନନ୍ଦନକାନ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି । ଏହି ପଶୁପକ୍ଷୀ ଆସିବା ଫଳରେ ନନ୍ଦନକାନନରେ ପଶୁପକ୍ଷୀଙ୍କ ପ୍ରଜାତି ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି ।