ସଂଚାର ବ୍ୟୁରୋ: ଆଧାର କାର୍ଡର ବାୟୋମ୍ଯଟ୍ରିକ୍ ସଂଶୋଧନ ପାଇଁ ଜନସେବା କେନ୍ଦ୍ରକୁ ଆସିଥିବା ଜଣେ ନାବାଳିକାକୁ ଜନସେବା କେନ୍ଦ୍ର ମାଲିକ ଅସାଚରଣ କରିଥିବା ଅଭିଯୋଗ । ପୋଲିସ୍ ଅଭିଯୁକ୍ତ କୁ ଅଟକରଖି ତଦନ୍ତ ଚଳାଇଛି । ଆନନ୍ଦପୁର ଉପଖଣ୍ଡ ଧକୋଠା ଜନସେବା କେନ୍ଦ୍ରରେ ଏହାକୁ ନେଇ କିଛିସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଅଞ୍ଚଳର ଜଣେ ଅବିଭାବକ ଆଧାର କାର୍ଡରେ ସଂଶୋଧନ ପାଇଁ ନିଜ ୧୧ ବର୍ଷିୟା ଝିଅକୁ ନେଇ ସକାଳ ୬ଟା ସମୟରେ ଧକୋଠା ପହଞ୍ଚି ଥିଲେ । ଆଧାରକାର୍ଡ ବାୟୋମ୍ଯାଟ୍ରିକ୍ ସଂଶୋଧନ ପାଇଁ ଜନସେବା କେନ୍ଦ୍ର ମାଲିକ ସୁଜିତ୍ କୁମାର ସାହୁଙ୍କୁ କହିଥିଲେ । ହେଲେ ସୁଜିତ୍ ଝିଅ ଆଧାରରେ ଥିବା ଜନ୍ମ ତାରିଖ ଠିକ୍ ଅଛିକି ନାହିଁ ତାହା ବୁଝିବାକୁ ବାପାଙ୍କୁ ସ୍କୁଲ ଶିକ୍ଷକଙ୍କ ପାଖକୁ ପଠାଇଦେଇଥିଲେ । ବାପା ଗଲା ପରେ ଝିଅକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଝିଅଟି କୌଣସିମତେ ଖସିଆସି ପାଟି କରିବାରୁ ଲୋକେ ରୁଣ୍ଡ ହୋଇଥିଲେ। ପରେ ବାପା ପହଁଞ୍ଚି ଝିଅଠାରୁ ଘଟଣା ସମ୍ପର୍କରେ ଜାଣି ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ଅଭିଯୁକ୍ତ ସୁଜିତ୍ ସାହୁକୁ ଉଠାଇଆଣି ଥାନାରେ ଅଟକରଖି ତଦନ୍ତ ଆରମ୍ଭ କରିଛି ।.

