ସଂଚାର ବ୍ୟୁରୋ: ହକି ପ୍ରେମୀଙ୍କ ପାଇଁ କଷ୍ଟ ଦାୟକ ଖବର। ଅଲିମ୍ପିକ୍ସରେ ଭାରତୀୟ ହକି ଟିମକୁ ବଡ ଝଟକା । କାରଣ ସେମିଫାଇନାଲରେ ଖେଳିପାରିବେନି ପ୍ରମୁଖ ହକି ଖେଳାଳି ଅମିତ ରୋହିଦାସ ।ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ ହକି ଟୁର୍ଣ୍ଣାମେଣ୍ଟରେ ଅମିତ ରୋହିଦାସଙ୍କୁ ମ୍ୟାଚ୍ ପାଇଁ ନିଷିଦ୍ଧ କରାଯାଇଛି ଏବଂ ମଙ୍ଗଳବାର ଜର୍ମାନୀ ବିପକ୍ଷ ଭାରତ ସେମିଫାଇନାଲ୍ ମ୍ୟାଚରେ ସେ ଖେଳିପାରିବେ ନାହିଁ।
ରବିବାର ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ଭାରତୀୟ ହକି ଦଳର କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ଅମିତ ରୋହିଦାସଙ୍କୁ ରେଡକାର୍ଡ ମିଳିବା ପରେ ଏହି ନିଷେଦ୍ଧାଦେଶ ଜାରି କରାଯାଇଛି। ଏଫଆଇଏଚ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଅଗଷ୍ଟ ୪ରେ ଭାରତ-ଗ୍ରେଟ୍ ବ୍ରିଟେନ୍ ମ୍ୟାଚ୍ ସମୟରେ ଏଫଆଇଏଚ୍ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଅମିତ ରୋହିଦାସଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବିତ କରାଯାଇଛି। ”ସେମିଫାଇନାଲ ପୂର୍ବରୁ ଭାରତୀୟ ହକି ଟିକୁ ଝଟକା,ଖେଳିପାରିବେନି ଅମିତ ରୋହିଦାସ
ପ୍ୟାରିସ୍ ଅଲିମ୍ପିକ୍ସ ହକି ସେମିଫାଇନାଲ ପୂର୍ବରୁ ଭାରତୀୟ ହକି ଟିମକୁ ଜୋରଦାର ଝଟକା ଲାଗିଛି । ସେମିଫାଇନାଲରେ ଭାରତ,ଜର୍ମାନୀ ବିରୋଧରେ ମୈଦାନକୁ ଓହ୍ଲାଇବାକୁ ଥିବା ବେଳେ ଟିମ୍ ଇଣ୍ଡିଆକୁ ନିଜର ଅନୁଭବି ଡିଫେଣ୍ଡର ଅମିତ ରୋହିଦାସଙ୍କ ବିନା ମ୍ୟାଚ୍ ଖେଳିବାକୁ ପଡ଼ିବ । କାରଣ ଭାରତୀୟ ଡିଫେଣ୍ଡରଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ କରାଯାଇଛି ।
ଅମିତ ରୋହିଦାସଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ୍
ଭାରତୀୟ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ଗ୍ରେଟ୍ ବ୍ରିଟେନ ବିରୋଧରେ କ୍ୱାର୍ଟର ଫାଇନାଲ ମ୍ୟାଚରେ ରେଡ୍ କାର୍ଡ୍ ଦେଖାଯାଇଥିଲା । ମ୍ୟାଚ୍ କାଳରେ ତାଙ୍କ ହକି ଷ୍ଟିକ୍ ଗ୍ରେଟ୍ ବ୍ରିଟେନ ଖେଳାଳୀଙ୍କ ମୁହଁରେ ବାଜିଥିଲା । ସେଥିପାଇଁ ତାଙ୍କୁ ରେଡ୍ କାର୍ଡ୍ ଦେଖାଯାଇଥିଲା । ରେଡ୍ କାର୍ଡ୍ ମିଳିବା ପରେ ଅମିତ ରୋହିଦାସ ବାକି ସମୟ ପଡ଼ିଆ ବାହାରେ ବସିଥିଲେ । ବର୍ତ୍ତମାନ ସେ ସେମିଫାଇନାଲ ଖେଳିବେ ନାହିଁ ।
ଭାରତୀୟ ହକି ଫେଡେରେସନର ଅପିଲ ନାକଚ
ହକିରେ ରେଡ୍ କାର୍ଡ୍ ମିଳିଥିବା ଖେଳାଳୀଙ୍କୁ ଗୋଟିଏ ମ୍ୟାଚ୍ ବ୍ୟାନ କରାଯିବା ନୂଆ କଥା ନୁହେଁ । ତେବେ ଏଭଳି ନହେବା ପାଇଁ ଭାରତୀୟ ହକି ଫେଡେରେସନ ତରଫରୁ ଅପିଲ କରାଯାଇଥିଲା । କିନ୍ତୁ ଅନ୍ତର୍ଜାତୀୟ ହକି ଫେଡେରସନ ଅପିଲକୁ ନାକଚ କରିଦେଇ ରୋହିଦାସଙ୍କ ଉପରେ ବ୍ୟାନ ଲଗାଇଛି ।
କ’ଣ କହିଲା ଏଫ୍ଆଇଏଚ୍ ?
ଏଫଆଇଚ୍ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ଆଚାର ସଂହିତାର ନିୟମ ଉଲ୍ଲଂଘନ କରିବା କାରଣରୁ ଅମିତ ରୋହିଦାସଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ ଲଗାଯାଇଛି । ସେ ମ୍ୟାଚ୍ ନମ୍ବର ୩୫ ଅର୍ଥାତ ୬ ଅଗଷ୍ଟରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚ୍ ଖେଳି ପାରିବେ ନାହିଁ । ଭାରତକୁ ତାଙ୍କ ବିନା ବାକି ୧୫ ଖେଳାଳୀଙ୍କ ମଧ୍ୟରୁ ଖେଳାଳୀ ଚୟନ କରି ସେମିଫାଇନାଲ ଟିମ୍ ତିଆରି କରିବାକୁ ପଡ଼ିବ ।
ଅମିତ ରୋହିଦାସଙ୍କୁ କେମିତି ମିଳିଥିଲା ରେଡ୍ କାର୍ଡ୍ ?
କ୍ୱାର୍ଟର ଫାଇନାଲ ମ୍ୟାଚ୍ କାଳରେ ରୋହିଦାସଙ୍କ ହକି ଷ୍ଟିକ୍ ଗ୍ରେଟ୍ ବ୍ରିଟେନର ଖେଳାଳୀ ୱିଲ୍ କଲନାନଙ୍କ ମୁହଁରେ ବାଜିଥିଲା । ଅନଫିଲ୍ଡ୍ ରେଫରି ଏହି ଘଟଣାକୁ ଗୁରୁତ୍ୱର ସହ ନେଇନଥିଲେ । କିନ୍ତୁ ବ୍ରିଟେନ ଖେଳାଳୀ ମାନେ ପୁନଃଭିଡିଓ ରେଫରାଲ ନେଇଥିଲେ । ଯାହାପରେ ରୋହିଦାସଙ୍କୁ ରେଡ୍ କାର୍ଡ୍ ମିଳିଥିଲା ।