ସଂଚାର ବ୍ୟୁରୋ: ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ତିନି ତିନି ଥର ଗୁଳିମାଡ଼ । ନ୍ୟୁୟର୍କ କ୍ଲବରେ ଆଖିବୁଜା ଗୁଳିମାଡ଼ । ନ୍ୟୁୟର୍କର କ୍ଵିଇନ୍ସରେ ଥିବା ଏକ ଅମଜୁରା ନାମକ ନାଇଟ୍ କ୍ଲବରେ ଆଖିବୁଜା ଗୁଳିମାଡ଼ରେ ଅନେକ ଲୋକ ଆହତ ହୋଇଛନ୍ତି । ଗତ ରାତି ପ୍ରାୟ ୧୧ଟା ୪୫ ମିନିଟ ସମୟରେ ଏହି ଗୁଳିମାଡ଼ ହୋଇଛି । ଗୁଳିମାଡ଼ ହୋଇଥିବା ଜାମାଇକା ଲଙ୍ଗ ଆଇଲାଣ୍ଡ ରେଳ ଷ୍ଟେସନ ରୋଡ୍ ଅଞ୍ଚଳକୁ ପୋଲିସ ସିଲ୍ କରି ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି । ସଦିଗ୍ଧଙ୍କ ପରିଚୟ ମିଳିପାରିନାହିଁ । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।