ସଂଚାର ବ୍ୟୁରୋ: ଦୁଇଦିନିଆ ଓଡିଶା ଗସ୍ତରେ ଆମେରିକାର ରାଷ୍ଟ୍ରଦୂତ ଇରିକ ଏମ ଗରସେଟ୍ଟୀ l ଆମେରିକାର ରାଷ୍ଟ୍ରଦୂତ ସପରିବାର ପୁରୀ ଆସି ପ୍ରଥମେ ବ୍ଲୁ ଫ୍ଲାଗ ବିଚ ପରିଭ୍ରମଣ କରିବା ସହ ସମୁଦ୍ର ସ୍ନାନ କରିଥିଲେ l ସନ୍ଧ୍ୟାରେ ଶ୍ରୀମନ୍ଦିର ଆସି ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରିବା ସହ ବୁଲି ଦେଖିଥିଲେ l ପରିକ୍ରମା ପ୍ରକଳ୍ପ ବୁଲି ପତିତ ପାବନ ଦର୍ଶନ କରିଥିଲେ l ପୁରୀ ଶ୍ରୀମନ୍ଦିର ଉନ୍ନତି କରଣ ଓ ପରିକ୍ରମା ମାର୍ଗକୁ ବେଶ ପ୍ରଶଂସା କରିବା ସହ ପୁରୀ ଆସି ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି । ଆଜି ପୁରୀରେ ରାତ୍ରୀଯାପନ କରି ଆସନ୍ତାକାଲି କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l