ସଂଚାର ବ୍ୟୁରୋ: ରାଜ୍ୟରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ରାସ୍ତା ମଝିରେ ୧୪ ଘଣ୍ଟା ଧରି ପଡି ରହିଛି ୧୦୮ ଆମ୍ବୁଲାନ୍ସ । ଭଦ୍ରକରୁ ରୋଗୀକୁ ଛାଡି ଖଇରା ଫେରୁଥିବା ବେଳେ ବାଟରେ ଅଟକି ରହିଛି ଆମ୍ବୁଲାନ୍ସ । ଆଜି ଖଇରା ମେଡିକାଲ ରୁ ଏକ ରୋଗୀ ନେଇ ଭଦ୍ରକ ମେଡିକାଲ ଯାଇଥିଲା 108 ଆମ୍ବୁଲାନ୍ସ । ରୋଗୀଙ୍କୁ ଛାଡି ଖଇରା ଫେରୁଥିବା ବେଳେ ସିମୁଳିଆ ବ୍ଲକ ରାମ୍ପ ଛକ ନିକଟରେ ଗାଡି ପମ୍ପଚର ହୋଇଯାଇଥିଲା l ଆମ୍ବୁଲାନ୍ସ କର୍ମଚାରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ପରେ ମଧ୍ୟ କେହି ନଆସିବା ଓ ସହଯୋଗ କରିନଥିଲେ l ଆମ୍ବୁଲାନ୍ସ ସେବା ପାଇଁ ଅନେକ ରୋଗୀ ଙ୍କର ଫୋନ କଲ ଆସୁଥିବା ବେଳେ ଦୀର୍ଘ ୧୪ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ରାସ୍ତା ମଝିରେ ଗାଡି ଖରାପ ହୋଇ ପଡିବା ନିହାତି ରୂପେ ଆମ୍ବୁଲାନ୍ସ ସେବାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି l ଅନ୍ୟପଟେ ଗାଡିର ମରାମତି ନିହାତି ଆବଶ୍ୟକ । ଅନେକ ସାମଗ୍ରୀ ଖରାପ ହୋଇଥିବା ନେଇ ଆମ୍ବୁଲାନ୍ସ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି l

