ସଂଚାର ବ୍ୟୁରୋ: ଅହମ୍ମଦାବାଦ ସାଇବର କ୍ରାଇମ ହାତରେ ଧରାପଡିଲା ଅନ୍ତର୍ଜାତୀୟ ମାଦକ ଦ୍ରବ୍ଯ ଚୋରାଚାଲାଣ ରାକେଟ। ଡାକଘର ଜରିଆରେ ଏହି ସବୁ ମାଦକ ଦ୍ରବ୍ଯ ଆମଦାନୀ ହୋଇଥିବା ନେଇ ଖବର ପ୍ରସାରିତ ପରେ ସତର୍କ ହୋଇଥିଲା ସାଇବର କ୍ରାଇମ ବିଭାଗ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି କୋଟି କୋଟି ଟଙ୍କା ଡ୍ରଗସକୁ ଜବତ କରିଛି ପୋଲିସ। ବିଶେଷ କରି ବାହାର ଦେଶରୁ ଲମ୍ବିଥିଲା ଡ୍ରଗସ ଚାଲାଣ ରାକେଟ। ଏହା ପଛରେ ବଡ଼ ଧରଣର ରାକେଟ ଚାଲିଥିଲା। ଶୁଳ୍କ ବିଭାଗରୁ ସୂଚନା ମିଳିବା ପରେ ଡାକଘରେ ଚଢାଉ କରାଯିବା ପରେ ଗଞ୍ଜେଇ ସମେତ ଅନ୍ଯାନ୍ୟ ସାମଗ୍ରୀ ଜବତ ହୋଇଥିଲା। ବ୍ରିଟେନ, ଆମେରିକା, ସ୍ପେନ ଆଦି ଦେଶରୁ ଡ୍ରଗ୍ସ ଅଣାଯାଇ ଅହମ୍ମଦାବାଦ, ସୁରତ ସମେତ ଅନେକ ସହରରେ ବିକ୍ରି କରାଯାଉଥିଲା।

