ସଂଚାର ବ୍ୟୁରୋ: ଆଫଗାନିସ୍ତାନର ହେରାତ- ଇସଲାମ କାଲା ରାଜପଥରେ ଅଘଟଣ। ବସରେ ନିଆଁ ଲାଗି ୭୧ ଯାତ୍ରୀମୃତ। ମୃତକଙ୍କ ମଧ୍ଯରେ ୧୭ ଶିଶୁ ଥିବା ସୂଚନା ମିଳିଛି। ଇରାନରୁ ଡିପୋର୍ଟ ହୋଇଥିବା ଲୋକଙ୍କୁ ଏକ ବସରେ ଅଣାଯାଉଥିବାବେଳେ ଏକ ଟ୍ରକ ସହ ବସର ଧକ୍କା ହୋଇଥିଲା। ଫଳରେ ବସରେ ନିଆଁଲାଗିଯାଇଥିଲା। ଅଘଟଣ ସମ୍ପର୍କରେ ସୂଚନା ଦେଇଛନ୍ତି ସରକାରୀ ମୁଖପାତ୍ର ଅହମ୍ମଦୁଲ୍ଲା ମୁତ୍ତାକି। ଦ୍ରୁତଗତିରେ ବସଟି ଆସିବ ଯୋଗୁ ନିୟନ୍ତ୍ରଣ ହରାଇବା ସହ ଟ୍ରକରେ ପିଟି ହୋଇଥିଲା। ବସଟି କାବୁଲ ଅଭିମୁଖେ ଯିବାବେଳେ ଅଘଟଣ ଘଟିଥିଲା। ବିଭିନ୍ନ କାରଣରୁ ଇରାନରୁ ପ୍ରାୟ ୮ ଲକ୍ଷ ଲୋକଙ୍କୁ ଆଫଗାନିସ୍ତାନ ଡିପୋର୍ଟ କରାଯିବ।