ଅଧରାତିରେ ଭୟଙ୍କର ଭୂମିକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ । ଦକ୍ଷିଣ-ପୂର୍ବ ଅଞ୍ଚଳରେ ବିଳମ୍ବିତ ରାତିରେ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ମାପ କରାଯାଇଥିଲା । ଭୂକମ୍ପରେ ୮୦୦ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୧୩୦୦ରୁ ଅଧିକ ଆହତ ହୋଇଛନ୍ତି । ଅନେକ ସହରରେ ବହୁତ କ୍ଷୟକ୍ଷତି ହୋଇଛି ।
ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ଭାରତର ଅନେକ ସ୍ଥାନରେ, ବିଶେଷକରି ଦିଲ୍ଲୀ-NCRରେ ମଧ୍ୟ ଅନୁଭୂତ ହୋଇଥିଲା । ଏହା ବ୍ୟତୀତ ପାକିସ୍ତାନରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ଝଟକା ଏତେ ତୀବ୍ର ଥିଲା ଯେ, ପାକିସ୍ତାନ ସହ ଦିଲ୍ଲୀ ଏନସିଆର ଓ ନୋଏଡାରେ ବି ଝଟକା ଅନୁଭୂତ ହୋଇଛି। ଯାହା ଫଳରେ ଅନେକ ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ହେଲେ ଭାରତରେ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ନାହିଁ।
କହିଛନ୍ତି ଯେ, ଭୂମିକମ୍ପର ତୀବ୍ର ଝଟକା ଯୋଗୁଁ ଅତି କମରେ ୧୩୦୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୂମିକମ୍ପ ଆଫଗାନିସ୍ତାନରେ ଭୂମିକମ୍ପ ଯୋଗୁଁ ବହୁ ସଂଖ୍ୟକ ଘର ମାଟିରେ ମିଶିଯାଇଛି । ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ଥିବା ତାଲିବାନ ସରକାର ଆଶଙ୍କା କରୁଛି ।
ସୂଚନାଯୋଗ୍ୟ, ୨୦୨୩ରେ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂକମ୍ପ ଆସିଥିଲା । ଏଥିରେ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା । ତେବେ ଗତ ୫ ମାସ ମଧ୍ୟରେ ଆଫଗାନିସ୍ତାନରେ ୫ ଥର ଭୂକମ୍ପ ଝଟକା ଆସିଛି ।

