କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ବଜାର ନିକଟରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକ ନୟାଗଡ଼ ଇଟାମାଟି ଗାଁର ତ୍ରିଲୋଚନ ମୁଦୁଲି ବୋଲି ଜଣାପଡିଛି । ତ୍ରିଲୋଚନ ନିଜ ବାଇକ୍ ଯୋଗେ କଟକ ଯାଉଥିବା ବେଳେ ଚାନ୍ଦୋଳ ବଜାର ଠାରେ ତାଙ୍କ ବାଇକ ଆଗକୁ ହଠାତ ଗୋଟିଏ ବାଇକ ପସିଆସିବାରୁ ତ୍ରିଲୋଚନ ଅସବାଧନତା ହୋଇ ରାସ୍ତା ଉପରକୁ ଛିଟିକି ପଡିଥିଲେ । ଏହି ସମୟରେ ସାମନା ପଟୁ ଆସୁଥିବା ଏକ କାର୍ ତାଙ୍କ ଉପରେ ଚଢି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ତ୍ରିଲୋଚଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାର ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଛି । ସଦର ଥାନା ପୋଲିସ ଉଭୟ ଗାଡି ଜବତ କରି ତଦନ୍ତ ଚଳାଇଛି ।

