ସଂଚାର ବ୍ୟୁରୋ: ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସର ପଥର ବନ୍ଧ ଠାରେ ଦୁର୍ଘଟଣା। ଟ୍ରକ ହେଲ୍ପର ମୃତ। ଗାଡି ଚାଳକ ଗୁରୁତର ହୋଇଥିବା ଜଣା ପଡିଛି। ମୃତ ହେଲ୍ପରର ପରିଚୟ ମିଳିନଥିବା ବେଳେ ଟ୍ରକ ଚାଳକ ବିହାରର ବ୍ରିଜ କିଶୋର ଗିରି ବୋଲି ଜଣାପଡିଛି। ଗୋଟିଏ ଟ୍ରକ ଖରାପ ହୋଇଯିବାରୁ ଟ୍ରକ ଚାଳକ ରାସ୍ତା ଉପରେ ଟ୍ରକକୁ ପାର୍କିଂ ମରାମତି କରୁଥିଲେ। ପଛରୁ ଗୋଟିଏ ଟ୍ରକ ଆସି ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଟ୍ରକର ହେଲ୍ପର ମୁଣ୍ଡ ଟି କଟି ଯାଇଥିଲା। ଏଥିସହ ଟ୍ରକ ଚାଳକର ଗୋଡ଼ ଦୁଇଟି ନଷ୍ଟ ହୋଇ ଯାଇଛି। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଗୁରୁତର ଟ୍ରକ ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି କଦନ୍ତ କରୁଛି।.