ସଂଚାର ବ୍ୟୁରୋ: ବାରିପଦା ଦୁଆରସୁଣୀ ଘାଟିରେ ଦୁର୍ଘଟଣା । ୩୦ ଫୁଟ ତଳକୁ ଖସିଲା ଟ୍ରକ୍ । ଜଣେ ମୃତ ଅନ୍ଯଜଣେ ଗୁରୁତର । ୪୯ନମ୍ବର ଜାତୀୟ ରାଜପଥର ଦୁଆରସୁଣୀ ଘାଟିରେ ଏକ ଆଇରନ ବୋଝେଇ ଟ୍ରକ ଓ ଖାଲିଥିବା ଅନ୍ଯଏକ ମୁହାମୁହିଁ ଫଳରେ ୩୦ ଫୁଟ ତଳକୁ ଖସି ପଡ଼ିଥିଲା ଟ୍ରକ । ବାଙ୍ଗିରିପୋଷି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଓ ଆହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଆଇରନ ବୋଝେଇ ଟ୍ରକଟି ବିଶୋଇ ଆଡୁ କଲିକତା ଅଭିମୁଖେ ଘାଟିରୁ ଉଲ୍ଲାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଖାଲି ଟ୍ରକ ସହ ମୁହାଁମୁହିଁ ହୋଇଥିଲା । ଟ୍ରକଟି ୩୦ ଫୁଟ ତଳକୁ ଖସି ପଡ଼ିବା ଫଳରେ ଘଟଣାସ୍ଥଳରେ ହେଲ୍ପରଙ୍କ ମୃତ୍ଯୁ ହୋଇଥିଲା । ଗୁରୁତର ଡ୍ରାଇଭରଙ୍କୁ ବାଙ୍ଗିରିପୋଷି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।.

