ସଂଚାର ବ୍ୟୁରୋ: ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଏକାଧିକ ଯାତ୍ରୀ ଆହତ। କାଠ ବୋଝେଇ ଟ୍ରକ ସହ ମୁହାଁମୁହିଁ ପିଟି ହେଲା ବସ୍ । କୋରାପୁଟ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଡୁମୁରିପଦର ଟ୍ରେନ୍ ବ୍ରିଜ ତଳେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଛି। ଦୁଇ ଜଣ ଡ୍ରାଇଭର ଗାଡ଼ି ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି । ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସଂଚାର ବ୍ୟୁରୋ: ସୂଚନା ଅନୁସାରେ ଆଜି ସକାଳେ ‘MSSB’ ନାମକ ଘରୋଇ ବସ୍ ଜୟପୁରରୁ ଯାତ୍ରୀମାନଙ୍କୁ ନେଇ ରାୟଗଡ଼ା ଅଭିମୁଖେ ଯାଉଥି ଲା। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇ ଜଣ ଡ୍ରାଇଭର ଗାଡ଼ି ତଳେ ଚାପି ହୋଇ ରହିଯାଇଛନ୍ତି । ଏପରିକି ବସ୍ରେ ଥିବା ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ମେଡିକାଲ ନେବାକୁ ୨/୩ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଲାଇଛନ୍ତି । ବସ ଡ୍ରାଇଭର ଉଦ୍ଧାର ହୋଇ ଥିବା ବେଳେ ଟ୍ରକ ଡ୍ରାଇଭରକୁ ଉଦ୍ଧାର ଜାରି ରହିଛି । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି । ବସ୍ରେ ୬୦ରୁ୭୦ ଯାତ୍ରୀ ଥିଲେ ବୋଲି ଅନୁମାନ କରାଯାଉଛି ।