<div class="author-info-custom" style="padding-left: 80px;">ସଂଚାର ବ୍ୟୁରୋ: ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଲା କାର୍। ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ଘଟିଛି। କଟକ ସଦର ଥାନା ଅନ୍ତର୍ଗତ ବମ୍ଫକୁଦ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ବମ୍ଫୁକୁଦ ଗାଁର କାହ୍ନା ଜେନା।</div> <div class="otv-article-content"> ଆଜି ସକାଳେ ବମ୍ଫୁକୁଦ ଗାଁ ନିକଟ ରାସ୍ତାକଡ଼ ଥିବା କେନାଲରେ ଏକ କାର ବୁଡ଼ି ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ପାଣିରୁ କାରକୁ ଉଠାଇ ଉପରକୁ ଆଣିଥିଲେ। ପରେ କାରରୁ କାହ୍ନାଙ୍କ ମୃତଦେହ ଉଦ୍ଧାର କରାଯାଇଛି </div>