ସଂଚାର ବ୍ୟୁରୋ: ଇରାନ ବିରୋଧରେ ଥିବା ରାଷ୍ଟ୍ରଙ୍କ ମଧ୍ୟରେ ରହିଛନ୍ତି ଆମେରିକା, ସାଉଦିଆରବ ଓ ଇସ୍ରାଏଲ । ୧୯୭୯ରେ ଇରାନ ବିପ୍ଲବ ପରଠାରୁ ଆମେରିକା ସହ ଉତ୍ତମ ସମ୍ପର୍କ ନାହିଁ । ଏହା ସହ ଆଣବିକ କାର୍ଯ୍ୟକ୍ରମକୁ ନେଇ ଇରାନ ଉପରେ କ୍ଷୁବ୍ଧ ରହିଛି ଆମେରିକା । ସେପଟେ ଇରାନ ଓ ସାଉଦିଆରବ ମୁସଲିମ ରାଷ୍ଟ୍ର ହୋଇଥିଲେ ବି ଦୁଇ ରାଷ୍ଟ୍ର ମଧ୍ଯରେ ସିହା- ସୁନ୍ନୀ ବିବାଦ ରହିଛି । ଇରାନ ସିହା ଇସଲାମିକ ଥିବାବେଳେ ସାଉଦିଆରବ ସୁନ୍ନି ଇସଲାମିକ ରାଷ୍ଟ୍ର ହୋଇଥିବାରୁ ଦୁଇ ଦେଶ ମଧ୍ଯରେ ଧାର୍ମିକ ତିକ୍ତତା ରହିଛି । ଦୁଇଟି ଯାକ ରାଷ୍ଟ୍ର ବିଶ୍ବରେ ଇସଲାମିକ ନେତୃତ୍ବ ନେବାକୁ ଚାହୁଁଛନ୍ତି । ଇରାନର ଅଧିକାଂଶ ଲୋକ ପାର୍ସିି ହୋଇଥିବାବେଳେ ସାଉଦିଆରବର ଅଧିକାଂଶ ଲୋକ ଆରବ । ଏହାକୁ ନେଇ ଦୀର୍ଘ ୨ ହଜାର ବର୍ଷ ଧରି ଦୁଇ ରାଷ୍ଟ୍ର ମଧ୍ଯରେ ସର୍ବଦା ତିକ୍ତତା ରହିଛି । ଇରାନ ଧର୍ମକୁ ଅସ୍ତ୍ର କରୁଥିବାବେଳେ ସାଉଦିଆରବ ଧନକୁ ଅସ୍ତ୍ର କରିବା ସହ ଆମେରିକାର ବନ୍ଧୁ ସାଜିଛି । ଇସ୍ରାଏଲକୁ ଇରାନ ସଇତାନ ରାଷ୍ଟ୍ର ମାନ୍ଯତା ଦେଇଛି । ୧୯୭୯ ପରଠାରୁ ଇସ୍ରାଏଲକୁ ଏକ ଇହୁଦି ରାଷ୍ଟ୍ର ମାନ୍ଯତା ଦେବାକୁ ଚାହୁଁନି ଇରାନ । ଦୁଇ ରାଷ୍ଟ୍ର ତତ୍ତ୍ବକୁ ଇରାନ ବିରୋଧ କରିବା ସହ ପାଲେଷ୍ଟାଇନ ଅଧୀନରେ ଇସ୍ରାଏଲ ରହୁ ବୋଲି ଚାହୁଁଛି ଇରାନ ।