ସଂଚାର ବ୍ୟୁରୋ: ପୁଣେ ଟେଷ୍ଟ ହାରିଲା ଟିମ ଇଣ୍ଡିଆ। ୧୧୩ ରନରେ ହାରିଲା ଭାରତ। ଦ୍ଵିତୀୟ ଇନିଂସରେ ଭାରତ ଆଗରେ ଥିବା ୩୫୯ ରନର ଟାର୍ଗେଟକୁ ପିଛା କରି ଭାରତ ମାତ୍ର ୨୪୫ ରନ କରି ଅଲଆଉଟ ହୋଇଛି। ଏହି ପରାଜୟ ସହ ଭାରତ ୨-୦ ସିରିଜ ପରାସ୍ତ ହୋଇଛି। ଜୟସ୍ଵାଲ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ବାକି ସମସ୍ତେ ଫେଲ୍ ମାରିଛନ୍ତି। ନ୍ୟୁଜିଲାଣ୍ଡର ସ୍ପିନ୍ ବୋଲିଂରେ ଭାରତ ଧରାଶାୟୀ ହୋଇଛି। ପ୍ରଥମ ଇନିଂସରେ ଦଳ ୧୫୬ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୫୯ ଓ ଦ୍ଵିତୀୟ ଇନିଂସରେ ୨୫୫ ରନ୍ କରିଥିଲା। ପୁଣେରେ କିୱି ଦଳର ସ୍ପିନ୍ ଯାଦୁ ଚାଲିଛି।