ସଂଚାର ବ୍ୟୁରୋ: ବାତ୍ୟା ପାଇଁ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ । 24 ଓ 25 ତାରିଖ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ । ଏଥିପାଇଁ ନଭେମ୍ବର ୩୦, ଡିସେମ୍ବର ୭ ଶନିବାର ଖୋଲାରହିବ କୋର୍ଟ।
ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା। ଏବଂ ବଢ଼ିଛି ପବନର ବେଗ। ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ଦାନା । ଘଣ୍ଟା ପ୍ରତି ୧୩ କିମି ବେଗରେ ଆଗକୁ ବଢୁଛି । ଆସନ୍ତାକାଲି ମଧ୍ୟରାତ୍ର ଓ ୨୫ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟା ରେ ପରିଣତ ହୋଇ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ।