Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସୋଆରେ ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

Sanchar Live by Sanchar Live
October 16, 2024
in ଓଡିଶା
0
ସୋଆରେ ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ
0
SHARES
13
VIEWS
FacebookTwitter

ସଂଚାର ବ୍ୟୁରୋ: ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ ପକ୍ଷରୁ ବୁଧବାର ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର ଆଲୋଚ୍ୟ ବିଷୟ ଥିଲା ‘ବିଶ୍ୱ ଖାଦ୍ୟ ନିରାପତାରେ କୃତ୍ରିମ ବୁଦ୍ଧିମତାର ଭୂମିକା’। ଏହି ଜାତୀୟ ସମ୍ମିଳନୀରେ ସିୱାଇଏସଡିଉର ମୁଖ୍ୟ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ଖାଦ୍ୟ ନିରାପତା କ୍ଷେତ୍ରରେ ଉପୁଜିଥିବା ଆହ୍ୱାନ ବିଷୟରେ ମତ ରଖିଥିଲେ। ସେ କହିଥିଲେ ଯେ, ଓଡ଼ିଶାରେ ୨୯ ପ୍ରତିଶତ ୫ ବର୍ଷରୁ କମ ବୟସର ଶିଶୁ ଖାଦ୍ୟାଭାବ ଜନିତ ଦୁର୍ବଳତାର ଶିକାର ହେଉଛନ୍ତି। ଆଦିବାସୀ ଅଂଚଳରେ ଏହା ଅଧିକ ପରିଲକ୍ଷିତ ହେଉଛି।

ପୁର୍ବରୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଥିବା ଶ୍ରୀ ଜଗଦାନନ୍ଦ କହିଥିଲେ ଯେ, ଏହାର ପ୍ରତିକାର ପାଇଁ ଜରୁରୀ ପଦକ୍ଷେପ ନେବା ଆବଶ୍ୟକ। ସେ କହିଥିଲେ ଯେ, ଓଡ଼ିଶାରେ ମାତ୍ର ୩୦ ଭାଗ ଚାଷ ଜମିରେ ଜଳସେଚନ ସୁବିଧା ଥିବା ବେଳେ ବାକି ଜମି ବର୍ଷା ଉପରେ ନିର୍ଭରଶୀଳ। କୃଷି କ୍ଷେତ୍ରରେ ଏଥି ନିମନ୍ତେ ସମସ୍ୟା ଉପୁଜୁଛି । ତେଣୁ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ସତ୍ୱେ କୃଷି ଉତ୍ପାଦନ କିପରି ପ୍ରଭାବିତ ହେବ ନାହିଁ ସେଥି ନିମନ୍ତେ ଗବେଷଣା ଜରୁରୀ ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ଓ ଏହାର ଆଭିମୁଖ୍ୟ ଦିଗନ୍ତ ବିସ୍ତାରି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଇସିଏଆର ପରିଚାଳିତ ସେଂଟ୍ରାଲ ହର୍ଟିକଲ୍ଚରାଲ୍ ଏକ୍ସପେରିମେଂଟ ଷ୍ଟେସନ୍ର ମୁଖ୍ୟ ତଥା ପ୍ରଧାନ ବୈଜ୍ଞାନିକ ଡ. ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ଖାଦ୍ୟ ନିରାପତା ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ନିକଟରେ ପ୍ରକାଶ ପାଇଥିବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ ତାଲିକାରେ ୧୨୭ ଟି ଦେଶ ମଧ୍ୟରେ ଭାରତ ୧୦୫ ତମ ସ୍ଥାନରେ ରହିବା ଚିନ୍ତାଜନକ। ଭାରତର ପ୍ରତିବେଶୀ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଏହି ପରିପ୍ରେକ୍ଷୀରେ ଉତ୍ତମ ସ୍ଥାନରେ ଅଛନ୍ତି ବୋଲି ସେ କହିଥିଲେ।
ମୁଖ୍ୟବକ୍ତା ଭାବେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗଦେଇ ଓଡ଼ିଶାରେ ନ ଅଙ୍କ ଦୁର୍ଭିକ୍ଷଠାରୁ ଆଜି ଯାଏଁ କୃଷି ଭିତିକ ଜ୍ଞାନ କୌଶଳର ନାଟକୀୟ ମୋଡ ଓ ପରିବର୍ତ୍ତନ ବିଷୟରେ ଆଲୋକପାତ କରିବା ସହ ଏହି ସମ୍ମିଳନୀ ଅନେକ ଛାତ୍ର ଗବେଷକଙ୍କୁ ପ୍ରଭାବିତ କରିବ ବୋଲି କହିଥିଲେ। ଆଏଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ ରାଉତ ଏହି ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ଆବାହକ ପ୍ରଫେସର ବିବୁଧ ପରାଶର ସ୍ୱାଗତ ଭାଷଣ ଦେବା ସହ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ। ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସମ୍ମିଳନୀର ସ୍ମରଣିକା ମଧ୍ୟ ଉନ୍ମୋଚିତ ହୋଇଥିଲା।

ଉଦ୍ଘାଟନ ଉତ୍ସବ ପରେ ସମ୍ମିଳନୀରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ପ୍ରଫେସର ସର୍ବନାରାୟଣ ମିଶ୍ର ଡ. ଦେବାଶିଷ ମହାନ୍ତି, ଡ. ଜି.ଏ.କେ. କୁମାର, ଶ୍ରୀ ଏସ୍.କେ ମୁଶାରଫ ହୁସେନ୍ ପ୍ରମୁଖ ବକ୍ତା ଭାବ ଯୋଗ ଦେଇଥିଲେ। ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ମଂଚ ସଂଯୋଜନା କରିଥିଲେ। ଏଥିରେ ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ ବୈଜ୍ଞାନିକ ଅଂଶ ଗ୍ରହଣ କରିଥିଲେ।

Tags: odishasoa univer sity
ShareTweetShareSend
Sanchar Live

Sanchar Live

Next Post
ସରକାରୀ ଯୋଜନା ହେରଫେର ମାମଲାରେ ବନ୍ଧାହେଲେ ପିଇଓ

ସରକାରୀ ଯୋଜନା ହେରଫେର ମାମଲାରେ ବନ୍ଧାହେଲେ ପିଇଓ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.