Friday, November 6, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ସଂଘର୍ଷ ଘଟଣା, ଭଦ୍ରକ ପୁରୁଣାବଜାର, ସନ୍ଥିଆ ଓ ଧାମନଗର ଏନଏସିରେ ୧୬୩ ଧାରା ଜାରି

Sanchar Live by Sanchar Live
September 28, 2024
in ଓଡିଶା
0
0
SHARES
8
VIEWS
Facebook
Twitter

Related posts

ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍

ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍

November 6, 2026
ରାଜ୍ୟ ରାଜପଥ କଡ଼ରୁ କାର୍ ସୋ’ରୁମ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଜ୍ୟ ରାଜପଥ କଡ଼ରୁ କାର୍ ସୋ’ରୁମ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

November 6, 2026

ସଂଚାର ବ୍ୟୁରୋ: ଭଦ୍ରକ ପୁରୁଣାବଜାର ଓ ସନ୍ଥିଆରେ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ। ଉତ୍ତେଜନା ପ୍ରକାଶ ପରେ ଭଦ୍ରକ ପୁରୁଣାବଜାର, ଚନ୍ଦନବଜାର, ସନ୍ଥିଆ ଅଞ୍ଚଳ ସମେତ ଧାମନଗର ଏନଏସି ଓ ଦୋବଲରେ ଅଞ୍ଚଳରେ ୧୬୩ ଧାରା ଜାରି ହୋଇଛି। ଏଥିସହ ସାରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ସହରରେ ଦୋକାନ ବଜାର ସହ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିଛି। ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଅଞ୍ଚଳରେ ୧୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ଫ୍ଲାଗ ମାର୍ଚ୍ଚ ଓ ପାଟ୍ରୋଲିଂ କରାଯାଉଛି। ଆବଶ୍ୟକତା ଅନୁସାରେ ଅଧିକ ଫୋର୍ସ ମୁତୟନ ପାଇଁ ଯୋଜନା କରାଯାଉଛି। ଘଟଣାକୁ ନେଇ ଭଦ୍ରକରେ ୧୦ ଓ ଧାମନଗରରେ ୯ ଜଣଙ୍କୁ ଅଟକ ରଖିଛି ପୋଲିସ। ଉଭୟ ପକ୍ଷର ମୁରବିଙ୍କୁ ନେଇ ଶାନ୍ତି କମିଟି ବୈଠକ ଡକାଯିବ ବୋଲି ଉଭୟ ଜିଲ୍ଲାପାଳ ଓ ଏସପି ସୂଚନା ଦେଇଛନ୍ତି। ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ପ୍ରଥମେ ଗୋଟିଏ ଗୋଷ୍ଠୀର ଶତାଧିକ ଲୋକ ଟାୟାର ଜାଳି ଏକ ରାଲି ବାହାର କରୁଥିବା ବେଳେ, ଭଦ୍ରକ ସନ୍ଥିଆ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭଦ୍ରକ ପୋଲିସ ଏହି ରାଲି ବନ୍ଦ କରି ଦୋଷୀକୁ ଧରିବାକୁ ଯାଉଥିବା ବେଳେ ପଥର ମାଡ଼ରେ ୨ ବରିଷ୍ଠ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଏଥିସହ ତହସିଲଦାରଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ ଆନ୍ଦୋଳନକାରୀ । ପୋଲିସ ଉପରକୁ ଆକ୍ରମଣ ବେଳେ ଗାଡି ଭଙ୍ଗାରୁଜା ବେଳର ଭିଡିଓ ଯାଞ୍ଚ କରାଯାଉଛି। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ସଦଭାବନା ବ୍ୟାହତ ହେବାରେ ଲାଗିଛି। କୁହୁଡି, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ଧାମନଗର ଆରଡି ସମେତ ବିଭିନ୍ନ ସ୍ଥାନରେ ବାରମ୍ବାର ଏଭଳି ଘଟଣା ଘଟୁଛି। କିନ୍ତୁ ସବୁ ଜାଣିଥିଲେ ବି ଚୁପ ବସିଛି ପୋଲିସ ପ୍ରଶାସନ। ଯଦି ଏଭଳି ପରିସ୍ଥିତି ଜାରି ରୁହେ, ତେବେ ଆଗକୁ କେତେବେଳେ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବ ତାହା କହିହେବ ନାହିଁ।

Tags: 163bhadrakcrimesocial media

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.