ସଂଚାର ବ୍ୟୁରୋ: କଲରାପତରିଆ ବାଘର ମୃତ ଦେହ ଠାବ । ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ପୋଢ଼ହଳ ସଂରକ୍ଷିତ ଜଙ୍ଗଲର ଏକ ନାଳରୁ ବାଘର ଗଳିତ ମୃତ ଦେହ ଠାବ ହୋଇଛି । ମୃତ ବାଘଟିକୁ ପ୍ରାୟ ୫ ରୁ ୭ଦିନ ତଳେ ଗୁଳି କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ବ୍ରହ୍ମପୁର ଆରସିଏଫ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି ।ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପୋଢ଼ହଳ ଜଙ୍ଗଲରେ ବନବିଭାଗ ପକ୍ଷରୁ ପ୍ରେଟ୍ରୋଲିଂ ସମୟରେ ଜଙ୍ଗଲ ନାଳ ନିକଟରେ ଏକ କଲରାପାତାରିଆ ବାଘର ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପରେ ବାଘର ଶରୀର ବ୍ୟବଚ୍ଛେଦ କରି ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି । ଅନ୍ୟପଟେ ନମୁନା ପରୀକ୍ଷା ପରେ ବାଘ ମୃତ୍ୟୁ ପ୍ରକୃତ କାରଣ ଜଣା ପଡିବ ବୋଲି ଆରସିସିଏଫ କହିଛନ୍ତି ।