Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home କ୍ରୀଡ଼ା

୧୯ ବର୍ଷରୁ କମ୍ ଏସୀଆ କପରେ ଭାରତର ପରାଜୟ: ହରାଇଲା ପାକିସ୍ତାନ

Sanchar Live by Sanchar Live
November 8, 2026
in କ୍ରୀଡ଼ା
0
0
SHARES
1
VIEWS
Facebook
Twitter

୧୯ ବର୍ଷରୁ କମ୍ ଏସୀଆ କପରେ ଭାରତର ପରାଜୟ । ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ୩ ଓ୍ବିକେଟରେ ଜିତିନେଇଛି । ଭାରତର ଯୁବ ବ୍ୟାଟ୍ସମ୍ୟାନ ଅର୍ଜୁନରାଜପୁତଙ୍କ ଶତକ ପରେ ମଧ୍ୟ ଭାରତକୁ ପରାଜୟ ବରଣ କରିବାକୁ ପଡ଼ିଛି । ପାକିସ୍ତାନର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ହମଜାଙ୍କ ଅପରାଜିତ ଶତକ ଦଳକୁ ସଙ୍କଟରୁ ପାର୍ କରିଥିଲା । ୨୦୯ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୪୮ ଓଭର ଗୋଟିଏ ବଲରେ ପାକିସ୍ତାନ ୭ ଓ୍ବିକେଟ ହରାଇ ବିଜୟ ହାସଲ କରିପାରିଛି । ଦମଦାର ପ୍ରଦର୍ଶନ ପାଇଁ ହମଜା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।

କହି ରଖୁଛୁ କି, ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୪୬.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୮ ରନ୍ କରିଥିଲା । ଭାରତ ପକ୍ଷରୁ ଅର୍ଜୁନ ରାଜପୁତ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ସେ ମାତ୍ର ୮୫ ବଲରୁ ୧୦୭ ରନର ଦମଦାର ପାଳି ଖେଳିଥିଲେ । ଅନ୍ୟପଟେ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଆର୍ଯ୍ୟବୀର ସେହ୍ୱାଗ ଏବଂ ଅନ୍ୱୟ ଦ୍ରାବିଡ଼ ଏହି ମ୍ୟାଚରେ ବ୍ୟାଟିଂରେ କୌଣସି ବଡ଼ କମାଲ କରିପାରି ନଥିଲେ । ପାକିସ୍ତାନ ପକ୍ଷରୁ ବୋଲିଂରେ ରିଜୱାନୁଲ୍ଲା, ଅଲ୍ଲୀ ରଜା ଏବଂ ନିକାବ ଶଫିକ୍ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

Related posts

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ମହମ୍ମଦ ଶାମି

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ମହମ୍ମଦ ଶାମି

November 7, 2026
ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି

ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି

November 6, 2026

୨୦୯ ରନର ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ପାକିସ୍ତାନର ଆରମ୍ଭ ଅତି ଖରାପ ହୋଇଥିଲା। ଭାରତୀୟ ବୋଲରଙ୍କ ଘାତକ ଆକ୍ରମଣ ଆଗରେ ପାକିସ୍ତାନ ମାତ୍ର ୬୧ ରନ୍ ମଧ୍ୟରେ ନିଜର ପ୍ରମୁଖ ୫ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ଲାଗୁଥିଲା ଯେ ଭାରତ ଏହି ମ୍ୟାଚକୁ ସହଜରେ ଜିତିନେବ, କିନ୍ତୁ ହମଜା ଜହୁର ଏବଂ ହସନୈନ ଅବାସ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ। ଉଭୟ ଷଷ୍ଠ ଓ୍ବିକେଟରେ ୧୦୭ ରନର ପାର୍ଟନରସିପ କରି ଦଳକୁ ବିଜୟ ଭେଟି ଦେଇପାରିଛନ୍ତି ।

ହମଜା ଜହୁର ଦମଦାର ପ୍ରଦର୍ଶନ କରିଛନ୍ତି । ସେ ୧୦୮ ବଲରୁ ୧୦ଟି ଚୌକା ଓ ୩ଟି ଛକା ସହାୟତାରେ ଅପରାଜିତ ୧୦୦ ରନ୍‌ର ମ୍ୟାଚ୍-ୱିନିଂ ଇନିଂସ ଖେଳିଥିଲେ। ଶେଷ ମୁହୂର୍ତ୍ତରେ ଦଳକୁ ବିଜୟୀ କରାଇବା ସହ ସେ ନିଜର ଶତକ ମଧ୍ୟ ପୂରଣ କରିଥିଲେ। ପାକିସ୍ତାନ ୪୮.୧ ଓଭରରେ ୭ଟି ୱିକେଟ୍ ହରାଇ ୨୦୯ ରନ୍ ଲକ୍ଷ୍ୟକୁ ହାସଲ କରିନେଇଥିଲା । ଏହାସହ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ।

Tags: indiapakistan

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ୧୯ ବର୍ଷରୁ କମ୍ ଏସୀଆ କପରେ ଭାରତର ପରାଜୟ: ହରାଇଲା ପାକିସ୍ତାନ
  • ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଆଜି ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.