Friday, November 6, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍

Sanchar Live by Sanchar Live
November 6, 2026
in ଓଡିଶା
0
0
SHARES
4
VIEWS
Facebook
Twitter

ଝାରସୁଗୁଡ଼ା : କର୍ମକ୍ଷେତ୍ର ତଥା ସାର୍ବଜନୀନ ସ୍ଥାନଗୁଡ଼ିକରେ କାର୍ଯ୍ୟରତ ମହିଳା, ଛାତ୍ରୀ ଓ ସାଧାରଣ ନାଗରିକଙ୍କ ସ୍ୱାସ୍ଥ୍ୟ ଏବଂ ମର୍ଯ୍ୟାଦାକୁ ପ୍ରାଥମିକତା ଦେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଯୁଗାନ୍ତକାରୀ ପଦକ୍ଷେପ ‘ଅଭୟା’ର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ (ଭା.ପ୍ର.ସେ.)ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ସମସ୍ତ ସରକାରୀ ପ୍ରତିଷ୍ଠାନ, ଜିଲ୍ଲା ପାଠାଗାର ତଥା ସାର୍ବଜନୀନ କାର୍ଯ୍ୟାଳୟରେ ସ୍ୱୟଂଚାଳିତ ସାନିଟାରୀ ନାପକିନ୍ ପ୍ରଦାନକାରୀ ଭେଣ୍ଡିଂ ମେସିନ୍ ଏବଂ ପରିବେଶ ଅନୁକୂଳ ବର୍ଜ୍ୟ ପରିଚାଳନା (ଇନସିନେରେଟର) ବ୍ୟବସ୍ଥା ଏକସଙ୍ଗେ ସ୍ଥାପନ କରାଯାଇଛି। ଏହି ବ୍ୟାପକ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ଝାରସୁଗୁଡ଼ା ସମଗ୍ର ଓଡ଼ିଶାରେ ପ୍ରଥମ ଜିଲ୍ଲାର ଗୌରବ ଅର୍ଜନ କରିଛି।

ସାମାଜିକ ସଙ୍କୋଚ, ଆର୍ଥିକ ପ୍ରତିବନ୍ଧକ ଏବଂ ଘର ବାହାରେ ଜରୁରୀକାଳୀନ ସୁବିଧାର ଅଭାବ କାରଣରୁ ଅନେକ ମହିଳା ଓ ଝିଅ ମାସିକ ଋତୁସ୍ରାବ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ‘ଅଭୟା’ ପ୍ରକଳ୍ପ ଏହି ବ୍ୟବଧାନକୁ ଦୂର କରି କର୍ମଜୀବୀ ମହିଳା, ଛାତ୍ରୀ ଏବଂ ସାଧାରଣ ନାଗରିକଙ୍କ ପାଇଁ ଏକ ସୁରକ୍ଷିତ, ସ୍ୱଚ୍ଛ ଓ ସମ୍ମାନଜନକ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ।

Related posts

ରାଜ୍ୟ ରାଜପଥ କଡ଼ରୁ କାର୍ ସୋ’ରୁମ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଜ୍ୟ ରାଜପଥ କଡ଼ରୁ କାର୍ ସୋ’ରୁମ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

November 6, 2026
ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ବଢ଼ିଲା ଅଡ଼ୁଆ

ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ବଢ଼ିଲା ଅଡ଼ୁଆ

November 6, 2026

ଏକ ଅତ୍ୟନ୍ତ ପ୍ରେରଣାଦାୟୀ ତଥା ପ୍ରଗତିଶୀଳ ପଦକ୍ଷେପ ସ୍ୱରୂପ, ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ନିଜେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ନ କରି ଦୁଇ ଜଣ ଛାତ୍ରୀଙ୍କ ଦ୍ୱାରା ‘ଅଭୟା’ ପ୍ରକଳ୍ପର ଶୁଭାରମ୍ଭ କରାଇବାକୁ ପ୍ରସ୍ତାବ ଦେଇଥିଲେ। ସମସ୍ତ କିଶୋରୀ, ଛାତ୍ରୀ ତଥା କର୍ମଜୀବୀ ମହିଳାମାନଙ୍କ ପ୍ରତିନିଧିତ୍ୱ ଓ ସମ୍ମାନର ପ୍ରତୀକ ସ୍ୱରୂପ ଏପରି ପଦକ୍ଷେପ ନିଆଯାଇଥିଲା।

ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ବେହେରାମାଲ ଆଶ୍ରମ ବିଦ୍ୟାଳୟର ଦୁଇ ଛାତ୍ରୀ ଯଶୋଦା କୁଜୁର ଓ ହଂସିକା ପ୍ରଧାନ ସ୍ୱୟଂଚାଳିତ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଏବଂ ଇନସିନେରେଟର ୟୁନିଟ୍ର ଉଦ୍ଘାଟନ କରିଥିଲେ। ଏହି ପ୍ରତୀକାତ୍ମକ ପଦକ୍ଷେପ ଋତୁସ୍ରାବ ସମ୍ପର୍କିତ ସାମାଜିକ ସଙ୍କୋଚକୁ ଦୂର କରିବା ସହ ଏଭଳି ଯୁଗାନ୍ତକାରୀ ଜନକଲ୍ୟାଣକାରୀ ଯୋଜନାର ପ୍ରକୃତ ହିତାଧିକାରୀ ଯେ ଏହି ଜିଲ୍ଲାର ଝିଅମାନେ, ତାହାର ଏକ ସ୍ୱତନ୍ତ୍ର ବାର୍ତ୍ତା ପ୍ରଦାନ କରିଛି।

ଏହା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ କହିଛନ୍ତି ଯେ, “ନିରାପଦ ଋତୁସ୍ରାବ ସ୍ୱଚ୍ଛତାର ଅଧିକାର କୌଣସି ପରିସ୍ଥିତିରେ ଜଣେ ମହିଳାର ଶିକ୍ଷା ବା କର୍ମଜୀବନର ଲକ୍ଷ୍ୟ ପଥରେ ବାଧକ ହେବା ଉଚିତ ନୁହେଁ। ‘ଅଭୟା’ (ନିର୍ଭୟ କର୍ମକ୍ଷେତ୍ର, ସମ୍ମାନର ସହ ଜୀବନ) ମାଧ୍ୟମରେ ଆମର ଲକ୍ଷ୍ୟ ସ୍ପଷ୍ଟ — ପ୍ରତ୍ୟେକଟି ସାର୍ବଜନୀନ ସ୍ଥାନରେ ମହିଳାଙ୍କ ସ୍ୱାସ୍ଥ୍ୟ, ସୁବିଧା ଏବଂ ସମ୍ମାନକୁ ନିଶ୍ଚିତ କରିବା।

ଜଣେ ଛାତ୍ରୀ ପାଠାଗାରକୁ ଆସୁ କିମ୍ବା ଜଣେ କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହୁ, ଜରୁରୀ ସମୟରେ ବିନା କୌଣସି ଲଜ୍ଜା, ସଙ୍କୋଚ ବା ବିଳମ୍ବରେ ପ୍ୟାଡ୍ ଉପଲବ୍ଧ ହେବା ଏକାନ୍ତ ଆବଶ୍ୟକ। ସୁଲଭ ମୂଲ୍ୟର ଭେଣ୍ଡିଂ ମେସିନ୍ ସହ ଆଧୁନିକ ଇନସିନେରେଟର ସଂଯୋଗ କରିବା ଦ୍ୱାରା କେବଳ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ହେଉନାହିଁ, ବରଂ ଆମର ସଫେଇ କର୍ମଚାରୀମାନଙ୍କ ପାଇଁ ମଧ୍ୟ ଏକ ସମ୍ମାନଜନକ ଓ ନିରାପଦ କାର୍ଯ୍ୟ ପରିବେଶ ସୁନିଶ୍ଚିତ ହେଉଛି।”

ତୃଣମୂଳ ସ୍ତରରେ ସଫଳ ପ୍ରଭାବ –

ଜିଲ୍ଲା ପାଠାଗାର ତଥା ସଂସ୍କୃତି ଭବନ ଭଳି ପ୍ରମୁଖ ସ୍ଥାନଗୁଡ଼ିକରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ପରେ ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀମାନେ ଏହାକୁ ଖୁବ୍ ପ୍ରଶଂସା କରିଛନ୍ତି।

ସିଭିଲ ସର୍ଭିସେସ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀ ଚିକି ମାଝୀ ନିଜ ଅନୁଭୂତି ପ୍ରକାଶ କରି କହିଛନ୍ତି ଯେ, “ପରୀକ୍ଷା ପ୍ରସ୍ତୁତି ପାଇଁ ଆମ ଭିତରୁ ଅନେକ ଝିଅ ଦୈନିକ ୭ ରୁ ୧୦ କିଲୋମିଟର ଯାତ୍ରା କରି ପାଠାଗାରରେ ୮ ରୁ ୧୦ ଘଣ୍ଟା ଅଧ୍ୟୟନ କରନ୍ତି। ମାନସିକ ଚାପ ବା ହର୍ମୋନ ପରିବର୍ତ୍ତନ ଯୋଗୁଁ ହଠାତ୍ ପିରିୟଡ୍ସ ହେଲେ ପୂର୍ବରୁ ଆମେ ପ୍ରବଳ ଭୟ ଓ ଦ୍ୱନ୍ଦ୍ୱରେ ପଡ଼ୁଥିଲୁ। ପ୍ୟାଡ୍ ପାଇଁ ଅସୁବିଧା ଭୋଗିବା ସହ ପାଠପଢ଼ା ଅଧାରୁ ଛାଡ଼ି ଘରକୁ ଫେରିବାକୁ ପଡ଼ୁଥିଲା। ଏବେ ଶୌଚାଳୟ ଭିତରେ ହିଁ ମେସିନ୍ ଏବଂ ଡିସପୋଜାଲ ପାଇଁ ଇନସିନେରେଟର ଥିବାରୁ ସେହି ସମସ୍ତ ଚିନ୍ତା ଏବେ ଦୂର ହୋଇଛି। ଆମେ କୌଣସି ମାନସିକ ଚାପ ବିନା ସମ୍ପୂର୍ଣ୍ଣ ଏକାଗ୍ରତାର ସହ ପାଠରେ ମନୋନିବେଶ କରିପାରିବୁ।”

ପ୍ରକଳ୍ପର ପ୍ରମୁଖ ବୈଶିଷ୍ଟ୍ୟ :

ସୁଲଭ ତଥା ସହଜ ଉପଲବ୍ଧତା -ସରକାରୀ ଇ-ମାର୍କେଟପ୍ଲେସ୍ (GeM) ପୋର୍ଟାଲ ଜରିଆରେ ଉଚ୍ଚମାନର ଭେଣ୍ଡିଂ ମେସିନ୍ ସଂଗ୍ରହ କରାଯାଇଛି। ଟୋକନ୍ କିମ୍ବା ମାତ୍ର ୧୦ ଟଙ୍କା ବିନିମୟରେ ଦୁଇଟି ଗୁଣାତ୍ମକ ସାନିଟାରୀ ପ୍ୟାଡ୍ ତୁରନ୍ତ ଉପଲବ୍ଧ ହେଉଛି, ଯାହା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସବୁ ମହିଳାଙ୍କ ପାଇଁ ସୁଲଭ।

ପରିବେଶ ଅନୁକୂଳ ବର୍ଜ୍ୟ ପରିଚାଳନା – ପ୍ରତ୍ୟେକ ଡିସପେନସର ସହିତ ସଂଯୋଗ ହୋଇଥିବା ଅତ୍ୟାଧୁନିକ ଇନସିନେରେଟର ମାଧ୍ୟମରେ ବ୍ୟବହୃତ ପ୍ୟାଡ୍ ସହଜରେ ନଷ୍ଟ ହୋଇପାରୁଛି। ଏହାଦ୍ୱାରା ଡ୍ରେନେଜ୍ ଜାମ୍, ଅସ୍ୱାସ୍ଥ୍ୟକର ପରିବେଶ ଓ ଦୁର୍ଗନ୍ଧରୁ ମୁକ୍ତି ମିଳିବା ସହ ସଫେଇ କର୍ମଚାରୀମାନେ ହାତରେ ବର୍ଜ୍ୟବସ୍ତୁ ଉଠାଇବାର ବିପଦରୁ ସୁରକ୍ଷିତ ରହିଛନ୍ତି।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପି.ଡି. (ଆର୍.ଏଣ୍ଡ୍.ଆର୍.) ଶ୍ରୀ ଲଳିତ ସୋରେଙ୍ଗ, ଉପଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ସଂସ୍କୃତି ଅଧିକାରୀ ସୁଶ୍ରୀ ରୀତାକାନ୍ତି ବଳିୟାରସିଂହ, ଉପକ୍ଷଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣକେଶୀ ବଳିୟାରସିଂହ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଜୟଶ୍ରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପଲତା ନାୟକ, ଓ.ଏଲ୍.ଏମ୍. ଡି.ପି.ଏମ୍. ଡକ୍ଟର ପୁଷ୍ପଶ୍ରୀ ନାଏକ, ଡେପୁଟି କଲେକ୍ଟର ତଥା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସୌମେଶ ଆଚାର୍ଯ୍ୟ ଏବଂ ଡେପୁଟି କଲେକ୍ଟର ତଥା କ୍ରୀଡ଼ା ଅଧିକାରୀ ଶ୍ରୀ ଅମୃତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ‘ସେହେଡ଼ା’ (SEHEDA) ନିର୍ଦ୍ଦେଶିକା ଶ୍ରୀମତୀ ଆନନ୍ଦିନୀ ପାଢ଼ୀ, ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମତୀ ଜୟଶ୍ରୀ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡେପୁଟି ମ୍ୟାନେଜର ଶ୍ରୀ ଅଶ୍ୱିନୀ ମହାନନ୍ଦାଙ୍କ ସମେତ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, କିଶୋରୀ ବାଳିକା ଏବଂ ଛାତ୍ରୀମାନେ ଯୋଗ ଦେଇଥିଲେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟକାରୀ ହେବା ପରେ, ଆଗାମୀ ଦିନରେ ଜିଲ୍ଲାର ସମସ୍ତ ପାଠାଗାର ଏବଂ କର୍ମଜୀବୀ ମହିଳା ଏବଂ ଛାତ୍ରୀନିବାସକୁ ଏହି ଅଭିଯାନ ସମ୍ପ୍ରସାରିତ କରାଯିବ। ଦୈନନ୍ଦିନ ନାଗରିକ ଭିତ୍ତିଭୂମିରେ ମହିଳା ସ୍ୱାସ୍ଥ୍ୟ ସୁରକ୍ଷାକୁ ସାମିଲ କରି ଝାରସୁଗୁଡ଼ା ଜିଲ୍ଲା ସମଗ୍ର ରାଜ୍ୟ ପାଇଁ ଏକ ପ୍ରେରଣାଦାୟୀ ତଥା ଅନୁକରଣୀୟ ଦୃଷ୍ଟାନ୍ତ ସୃଷ୍ଟି କରିଛି।

Tags: jharsugudasanitary pad

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.