ରାଜ୍ୟ ରାଜପଥ କଡ଼ରୁ କାର୍ ସୋ’ରୁମ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । କପ୍ତିପଦା ରାସ୍ତାରେ ଅଭାବନୀୟ ଘଟଣା । ଗଛରେ ଝୁଲୁଛି କାର୍ ସୋ’ରୁମ୍ ମାଲିକ ଶୁଭମଙ୍କ ମୃତଦେହ । ସନ୍ଦେହଘେରରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ । ଶୁଭମଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ ।
ଥାନାରେ ହତ୍ୟା ଅଭିଯୋଗ କଲେ ପରିବାର ଲୋକେ। ୧୯ ନମ୍ବର ରାଜ୍ୟ ରାଜପଥ କଡ଼ରେ ଝୁଲୁଛି ଯୁବକଙ୍କ ମୃତଦେହ । ଗଛରେ ଝୁଲୁଛି କାର ସୋ ରମୁ ମାଲିକଙ୍କ ମୃତଦେହ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଶେରଗଡ଼ ନୀଳଗିରି କପ୍ତିପଦା ରାସ୍ତାର ବରହମପୁର ଥାନା ଅଧିନ ଦେବଜାନି ଛକ ନିକଟରେ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ। ପାଖରେ ବାଇକ ରଖା ଯାଇଥିବା ବେଳେ ଗଛରେ ଗାମୁଛାରେ ଝୁଲୁଛି ମୃତଦେହ। ମୃତ ଯୁବକ ଜଣଙ୍କ ହେଲେ ମିତ୍ରପୁର ଅଞ୍ଚଳର ଶୁଭମ କୁମାର ଜେନା ।
ଶୁଭମ ଗତକାଲି ଚାରିଟା ସମୟରେ ଘରୁ ବାହାରି ମୟୂରଭଞ୍ଜ କପ୍ତିପଦା ଅଞ୍ଚଳ କୁ ଯିବା କହି ଘରୁ ଆସିଥିଲେ। ପରବର୍ତ୍ତୀ ସମୟ ରେ ଘର ଲୋକେ ଫୋନ୍ କରିଥିଲେ ଆଉ କିଛି ସମୟ ପରେ ପହଞ୍ଚିବେ ବୋଲି କହିଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ ।
ଘର ଲୋକେ ବହୁ ଖୋଜାଖୋଜି ପରେ ଫୋନ୍ କରିଥିଲେ କିନ୍ତୁ ଶୁଭମ ଉଠାଇନଥିଲେ । ଶୁଭମଙ୍କ ବାପା କପ୍ତିପଦାରୁ ଖୋଜା ଖୋଜି ସାରି ଫେରୁଥିବା ବେଳେ ଦେବଜାନୀ ଛକ ଠାରେ ବହୁ ଲୋକେ ରୁଣ୍ଡ ହୋଇଥିବା ଦେଖିବାକୁ ପାଇଥିଲେ । ପରେ ଜାଣିବାକୁ ପାଇଥିଲେ ତାଙ୍କ ପୁଅ । ପରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ନୀଳଗିରି ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶୁଭମ ଏକ କାର ସୋରୁମ ମାଲିକ । ଏନେଇ ପରିବାର ଲୋକେ ବରହମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।



