ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ବଢ଼ିଲା ଅଡ଼ୁଆ। ଟ୍ରକ୍ ମାଲିକ ସଂଘର ୮୦ କୋଟି ଟଙ୍କା ହଡ଼ପ ଅଭିଯୋଗରେ ତାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ପହଞ୍ଚିଛି ଅର୍ଥନୈତିକ ଅପରାଧ ଶାଖା (EOW)ର ଏକ ବଡ଼ ଟିମ୍। ଆର୍ଥିକ ଅନିୟମିତତା ଅଭିଯୋଗରେ ଟିମ୍ ପକ୍ଷରୁ ଜୋରଦାର ଖୋଳତାଡ଼ ଚାଲିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଟ୍ରକ୍ ମାଲିକ ସଂଘର ଆର୍ଥିକ କାରବାରରେ ପ୍ରାୟ ୮୦ କୋଟି ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ରହିଛି। ସଂଘର ସଭାପତି ୱାଇ. ଭେଙ୍କଟେଶ୍ୱର ରାଓ ଏହି ଅଭିଯୋଗ ଆଣିଥିବା ଜଣାପଡ଼ିଛି। ଏହି ଆର୍ଥିକ ଅନିୟମିତତା ମାମଲାରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ନାଁ ଉଠିବା ପରେ ଘଟଣାଟି ଚର୍ଚ୍ଚାକୁ ଆସିଛି।
ଏହି ମାମଲାରେ ପ୍ରଥମେ ରାୟଗଡ଼ା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ପରେ ରାୟଗଡ଼ା ପୋଲିସ ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ଏହାପରେ ପ୍ରାୟ ୨୫ ଜଣିଆ ଟିମ୍ ଆସି ମାମଲାର ବିଭିନ୍ନ ଦିଗ ନେଇ ତଦନ୍ତ କରିଥିବା ସୂଚନା ମିଳିଛି।



