Monday, November 2, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ଆତ୍ମସମର୍ପଣ କଲେ ବିଦ୍ୟା ଭାରତୀ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

Sanchar Live by Sanchar Live
November 2, 2026
in ଓଡିଶା
0
0
SHARES
2
VIEWS
Facebook
Twitter

ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବଡ଼ ଅପଡେଟ୍ । ଆତ୍ମସମର୍ପଣ କଲେ ବିଦ୍ୟା ଭାରତୀ । ଆତ୍ମସମର୍ପଣ ପରେ ଗିରଫ ହୋଇ ପାରନ୍ତି ବିଦ୍ୟାଭାରତୀ । ପାରଳାଖେମୁଣ୍ଡି SDJM କୋର୍ଟରେ କଲେ ଆତ୍ମସମର୍ପଣ । ହାଇକୋର୍ଟରେ ଜାମିନ ଆବେଦନ ଖାରଜ ପରେ ଆତ୍ମସମର୍ପଣ କରିଛନ୍ତି ।

ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ପୁଣି ଚର୍ଚ୍ଚାରେ ଥିଲେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ । ସମସ୍ତ ଆଇନଗତ ବିକଳ୍ପ ଶେଷ ହେବା ପରେ ମୁଖ୍ୟ ଅଭିଯୁକ୍ତ ତଥା ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଶେଷରେ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।

Related posts

ବର୍ଷା ପାଇଁ ଆଜି ଏହିସବୁ ଜିଲ୍ଲାରେ ସ୍କୁଲ ଛୁଟି

ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି

November 2, 2026
ଭଞ୍ଜନଗର ଘଟଣା: ୧୨ ନିଖୋଜଙ୍କ ମଧ୍ୟରୁ ୧୦ ଉଦ୍ଧାର

ଭଞ୍ଜନଗର ଘଟଣା: ୧୨ ନିଖୋଜଙ୍କ ମଧ୍ୟରୁ ୧୦ ଉଦ୍ଧାର

October 31, 2026

୨୦୨୧ ଜୁଲାଇ ମାସର ଏହି ସେନସେସନାଲ୍ ମାମଲାରେ ବିଦ୍ୟାଭାରତୀଙ୍କ ଗିରଫଦାରୀ ଏଡ଼ାଇବା ପାଇଁ ଦୀର୍ଘ ଦିନ ଧରି ଚେଷ୍ଟା ଚାଲିଥିଲା । ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କର ସ୍ପେଶାଲ ଲିଭ୍ ପିଟିସନକୁ ଖାରଜ କରିଦେବା ପରେ ସେ ଓଡ଼ିଶା ହାଇକୋର୍ଟରେ ଅଗ୍ରିମ ଜାମିନ ଆବେଦନ କରିଥିଲେ । ତେବେ ଜଷ୍ଟିସ ବୀରଭଦ୍ର ନରସିଂହଙ୍କ ଏକକ ଖଣ୍ଡପୀଠ ତାଙ୍କର ଏହି ଆବେଦନକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରି ନିମ୍ନ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଗିରଫ ଭୟରେ ଥିବା ବିଦ୍ୟାଭାରତୀ ଆଜି ପାରଳାଖେମୁଣ୍ଡି SDJM କୋର୍ଟରେ ନିଜକୁ ସରେଣ୍ଡର କରିଛନ୍ତି ।

୨୦୨୧ ମସିହା ଜୁଲାଇ ୧୨ ତାରିଖ ରାତିରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟଜନକ ଭାବେ ୯୦ ପ୍ରତିଶତ ପୋଡ଼ି ହୋଇଯାଇଥିଲେ । ପରଦିନ ଅର୍ଥାତ୍ ଜୁଲାଇ ୧୩ ତାରିଖରେ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ସେ ବୋହୂ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ଏଫ୍ ଆଇଆର୍ ଦେଇଥିଲେ ।

Tags: acf soumya caseBidyabharatiodisha

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି
  • ଭ୍ୟାନ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ
  • ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ, ବଢୁଛି ପ୍ରଦୂଷଣ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home

© 2026 Sanchar - Technology Partner OneByte.