ସଂଚାର ବ୍ୟୁରୋ: ଗଣେଶ ପୂଜା ମେଲୋଡ଼ି ପାଲଟିଲା ରଣକ୍ଷେତ୍ର । ଠେଙ୍ଗାରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷ । ଗଞ୍ଜାମ ଜିଲ୍ଲା କେ ନୁଆଗାଁ ଥାନା ଦାଉଣି ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଠେଙ୍ଗାରେ ପରସ୍ପର ମଧ୍ଯରେ ଆକ୍ରମଣ ଯୋଗୁ ୫ରୁ ଅଧିକ ଆହତ ହୋଇଛନ୍ତି । ଆକ୍ରମଣ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ମେଲୋଡି ବନ୍ଦ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।