Saturday, June 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଅଶୁଭ ସୋମବାର : ଦୁର୍ଘଟଣାରେ ଗଲା ୭ ଜୀବନ

Sanchar Live by Sanchar Live
April 27, 2026
in ଓଡିଶା
0
ଅଶୁଭ ସୋମବାର : ଦୁର୍ଘଟଣାରେ ଗଲା ୭ ଜୀବନ
0
SHARES
41
VIEWS
FacebookTwitter

ଅଶୁଭ ସୋମବାର । ରାଜ୍ୟର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଚାଲି ଯାଇଛି । କଳାହାଣ୍ଡିରେ ବାଇକ ଦୁର୍ଘଟଣାରେ ମାମୁଁ-ଭାଣିଜୀଙ୍କର ମୃତ୍ୟୁ ହୋଇଛି । ସେପଟେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଦୁଇଟି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଦୁର୍ଘଟଣାରେ ଦମ୍ପତ୍ତି ମୃତ

ପ୍ରାପ୍ତ ପ୍ରାଥମିକ ସୂଚନା ମୁତାବକ, କରଞ୍ଜିଆ ଅଞ୍ଚଳରେ ପୃଥକ ପୃଥକ ୨ଟି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ପ୍ରଥମେ କରଞ୍ଜିଆ ଥାନା କାଳିକାପୁର ଜଙ୍ଗଲ ନିକଟସ୍ଥ ଏନ୍ଏଚ୍-୨୨୦ର ବାଉନଶାଳ ନିକଟରେ ସ୍କୋର୍ପିଓ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ଦମ୍ପତ୍ତି ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ହିଁ ସେମାନଙ୍କର ପ୍ରାଣ ବାୟୁ ଉଡ଼ିଯାଇଛି । ମୃତ ଦମ୍ପତି ଜଶିପୁର ଥାନା ପାଣ୍ଠ ଗାଁର ହୋଇଥିବା ବେଳେ ସ୍କୋର୍ପିଓରେ ଥିବା ୨ ଜଣ ମହିଳା ଆହତ ହୋଇଛନ୍ତି । ସେମାନଙ୍କୁ କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ବସ୍-କାର୍ ମୁହାଁମୁହିଁ ଧକ୍କା

ସେହିପରି କରଞ୍ଜିଆ ଥାନା କାଦଡ଼ିହା ଜଙ୍ଗଲ ନିକଟରେ ଆଉ ଏକ ଦୁର୍ଘଟଣା ଘଟିଛି । ପ୍ରଶାନ୍ତି ନାମକ ଘରୋଇ ବସ ସହିତ ମାରୁତି ବ୍ରିଜା କାର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ କାରରେ ଥିବା ୩ଜଣଙ୍କ ମଧ୍ୟରୁ ୨ମୃତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସ୍ଥାନୀୟ ଲୋକେ ଗୁରୁତର ଜଣଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କାରରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ହୋଇଥିବାବେଳେ କାର୍ ମାଲିକ ଭୁବନର ଅଟନ୍ତି । ମୃତକ ମାନେ ହେଲେ ଟୁନା ବଳ ସାମନ୍ତ, ନୀଳମଣି ସାହୁ ଏବଂ ସଞ୍ଜୟ ବଳ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ସମସ୍ତେ ଖଣି ବ୍ୟବସାୟୀ ଅଟନ୍ତି । ବ୍ୟବସାୟିକ କାମରେ ଯାଜପୁର ଠାକୁରମୁଣ୍ଡା ଅଭିମୁଖେ ଆସୁଥିବାବେଳେ ବସ୍ ସହ ଧକ୍କା ହୋଇଥିଲା ।  ତେବେ ବସରେ ଥିବା ଯାତ୍ରୀଙ୍କର ବିଶେଷ କିଛି କ୍ଷତି ହୋଇ ନାହିଁ । ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି କାର ଓ ବସକୁ ଜବତ କରିଛି ।

ଚାଲିଗଲେ ମାମୁୁଁ-ଭଣଜା

ଅନ୍ୟପକ୍ଷେ କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବୁଡିପଦର ଛକରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏକ ଅଜଣା ପିକଅପ ଧକ୍କାରେ ମାମୁ, ଭଣଜାଙ୍କ ମୃତ୍ୟୁ ହୋଇଛି। । ମୃତକ ମାନେ ହେଲେ ଜୁନାଗଡ଼ ଥାନା ଚିକଲି ଗାଁର ମୁକେଶ ନାଗ ଓ ମାଟିଗାଁର ମହେନ୍ଦ୍ର ନାଏକ ବୋଲି ପରିଚୟ ମିଳିଛି କ୍ଷ ମୁକେଶ ନାଗ ଓ ମହେନ୍ଦ୍ର ନାଏକ ଏକ ବାଇକ ((ଓଡ଼ି୦୮ଭି ୭୧୧୨)ରେ ସେମାନେ ଜୁନାଗଡ଼କୁ ଯାଉଥିବାବେଳେ ବୁଡିପଦର ଛକ ଠାରେ ଏକ ଅଜଣା ପିକଅପ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ ଥିବା ପିକଅପଟି ଘଟଣା ସ୍ଥଳରୁ ଫେରାର ମାରିଥିବା ଜଣାପଡିଛି । ଖବର ପାଇ ଜୁନାଗଡ଼ ପୋଲିସ ଘଟଣାର ତଦନୁ ଆରମ୍ଭ କରିଛି।

Tags: accidentodisha
ShareTweetShareSend
Sanchar Live

Sanchar Live

Next Post
୮ ନିଲମ୍ଵିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଲା ବିଜେଡି ଟିମ

୮ ନିଲମ୍ଵିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଲା ବିଜେଡି ଟିମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଜାମିନ୍ ଆବେଦନ ଖାରଜ ପରେ ଜେଲ ଗଲେ ଚାମେଲୀ ଓଝା
  • ଅନଲାଇନ ସପିଂ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ
  • ସ୍ୱାମୀଙ୍କୁ ମନେ ପକାଇଲେ କରିସ୍ମା
  • କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି, ଓଡିଶାରୁ ୨ ଅଧିକାରୀ
  • ହାଇୱାକୁ ପିଟିଲା BMW କାର୍, ୨ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.