Monday, November 2, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home କ୍ରୀଡ଼ା

ଆଜି ମୁମ୍ବାଇ ଓ ଚେନ୍ନାଇ ଟକ୍କର

Sanchar Live by Sanchar Live
April 23, 2026
in କ୍ରୀଡ଼ା
0
0
SHARES
13
VIEWS
Facebook
Twitter

ଦୁଇ ସଫଳ ଦଳ ମୁମ୍ବାଇ ଓ ଚେନ୍ନାଇ ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ରେ ପରସ୍ପରକୁ ସାମ୍ନା କରିବେ । ଟୁର୍ଣ୍ଣାମେଣ୍ଟର ଏହି ୩୩ତମ ଲିଗ୍ ମ୍ୟାଚକୁ ନେଇ ଦର୍ଶକ ମହଲରେ ବେଶ୍ ଉତ୍କଣ୍ଠା ଲାଗି ରହିଛି । କାରଣ ମହେନ୍ଦ୍ର ସିଂହ ଧୋନି ଆଜି ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଅବଶ୍ୟ ଚେନ୍ନାଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ ।

ଧୋନି ବୁଧବାର ପାଖା ପାଖି ୪୫ମିନିଟ୍ କାଳ ୱିକେଟ୍ କିପିଙ୍ଗ କରିଥିଲେ ଓ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରିଥିଲେ । ମୁମ୍ବାଇ ଦଳର ପ୍ରତ୍ୟେକ ଖେଳାଳି ସମୟ ସମୟରେ ଧୋନିଙ୍କ ନିକଟକୁ ଯାଇ ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଥିଲା । ପଏଣ୍ଟ ତାଲିକାରେ ମୁମ୍ବାଇ ଓ ଚେନ୍ନାଇ ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି । ଆଜିର ଫଳାଫଳ ପଏଣ୍ଟ ତାଲିକାକ ପ୍ରଭାବିତ କରିବ । ମୁମ୍ବାଇ  ଜିତିଲେ ପଞ୍ଚମ ସ୍ଥାନକୁ ଉନ୍ନୀତ ହେବ । ଚେନ୍ନାଇ ଜିତିଲେ ଷଷ୍ଠ ସ୍ଥାନ ଦଖଲ କରିପାରିବ । ତେଣୁ ଉଭୟ ବିଜୟ ପାଇଁ ସବୁ ଶକ୍ତି ଲଗାଇବେ ।

Related posts

ହାର୍ଦ୍ଦିକଙ୍କୁ ନିଅ, ଏହି ୨ ଜଣଙ୍କୁ ଦିଅ: ଚର୍ଚ୍ଚାରେ KKR-MI ଟ୍ରେଡ଼ ଡିଲ

ହାର୍ଦ୍ଦିକଙ୍କୁ ନିଅ, ଏହି ୨ ଜଣଙ୍କୁ ଦିଅ: ଚର୍ଚ୍ଚାରେ KKR-MI ଟ୍ରେଡ଼ ଡିଲ

November 2, 2026
ଚର୍ଚ୍ଚାରେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ଉମା

ଚର୍ଚ୍ଚାରେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ଉମା

October 29, 2026

ମୁମ୍ବାଇକୁ ୫ଥର ଚାମ୍ପିଅନ୍ କରାଇଥିବା ରୋହିତ ଶର୍ମାଙ୍କ ଖେଳିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ତେବେ ଅଲ୍‌ରାଉଣ୍ଡର ୱିଲ ଜ୍ୟାକ୍ସ ଏକାଦଶରେ ସ୍ଥାନ ହାସଲ କରିବା ଏକ ପ୍ରକାର ନିଶ୍ଚିତ । ସେ ନିମ୍ନ ମଧ୍ୟ କ୍ରମରେ ବ୍ୟାଟିଂ କରିବେ ଓ ଆବଶ୍ୟକ ସ୍ଥଳେ ନୂଆ ବଲ୍‌ରେ ସ୍ପିନ୍ ବୋଲିଂ କରିବେ । ଗୁଜରାଟ ବିପକ୍ଷରେ ବିଜୟ ପରଠୁ ସମସ୍ତଙ୍କ ନଜର ତିଳକ ବର୍ମାଙ୍କ ଉପରେ ରହିଛି । ସେ ଉକ୍ତ ମ୍ୟାଚରେ ଶତକ ଅର୍ଜନ କରି ମୁମ୍ବାଇକୁ ବିଜୟଧାରାକୁ ଫେରାଇ ଆଣିଥିଲେ ।

ଚେନ୍ନାଇ ମଧ୍ୟ ତାଙ୍କୁ ଅଟକାଇବା ପାଇଁ ସ୍ୱତନ୍ତ୍ର ଯୋଜନା କରିବ । ରେକର୍ଡ ମୁମ୍ବାଇ ପକ୍ଷରେ ରହିଥିଲେ ହେଁ ଚେନ୍ନାଇ ପୂର୍ବ ବର୍ଷର ପ୍ରଦର୍ଶନକୁ ଦୋହରାଇବାକୁ ପ୍ରୟାସ କରିବ । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୯ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ୨୧ଟି ମ୍ୟାଚ ଜିତିଥିବାବେଳେ ଚେନ୍ନାଇ ୧୮ଟି ମ୍ୟାଚରେ ବିଜୟୀ ହୋଇଛି । ଚେନ୍ନାଇ ଦଳ ଆହତ ଯନ୍ତ୍ରଣାରୁ ବାହାରି ପାରି ନାହିଁ । ଦଳର ଯୁବ ବ୍ୟାଟର ଆୟୂଷ ମାହତ୍ରେ ଆହତ ହୋଇ ବାଦ ପଡ଼ିବା ପରେ ଦଳର ସନ୍ତୁଳନ ବିଗିଡ଼ି ଯାଇଛି ।

ଆଜି ବ୍ୟାଟିଂ କ୍ରମରେ ବଡ଼ ପରିବର୍ତ୍ତନ ହେବା ନିଶ୍ଚିତ । ବୋଲିଂ ବିଭାଗ ପାଇଁ ମଧ୍ୟ ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ର ପିଚ୍ ଅଗ୍ନି ପରୀକ୍ଷା ସୃଷ୍ଟି କରିବ । ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ ରହିଥିଲେ ହେଁ ସଂଧ୍ୟା ସମୟରେ ପେସ୍ ବୋଲରଙ୍କୁ ସହାୟତା କରିଥାଏ । ଏଠାକାର ନାଲି ମାଟି ପିଚରେ ପେସ ବୋଲରମାନେ ଅତିରିକ୍ତ ବାଉନ୍ସ କରାଇଥାନ୍ତି । ରାତ୍ରିରେ କାକର ମଧ୍ୟ ପ୍ରଭାବ ପକାଇବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ମୁମ୍ବାଇ: କ୍ୱିଣ୍ଟନ ଡି କକ୍, ଡାନିଶ ମଲେୱର/ରୋହିତ ଶର୍ମା, ନମନ ଧିର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସେରଫାନ ରଦରଫୋର୍ଡ/ୱିଲ ଜ୍ୟାକ୍ସ, ମିଚେଲ ସାଣ୍ଟନର, କ୍ରିସ ଭଗତ, ଯଶପ୍ରୀତ ବୁମରା, ଆଲ୍ଲା ଗଜନଫର, ଅଶ୍ୱନୀ କୁମାର ।

ଚେନ୍ନାଇ: ସଞ୍ଜୁ ସାମସନ, ଋତୁରାଜ ଗାଏକୱାଡ୍(ଅଧିନାୟକ), ମାଥ୍ୟୁ ସର୍ଟ, ସର୍ଫରାଜ ଖାନ, ଡିୱାଲ୍ଡ ବ୍ରେଭିସ, ଶିବମ ଦୁବେ, ମହେନ୍ଦ୍ର ସିଂହ ଧୋନି, ଜାମି ଓଭରଟନ, ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ, ମୁକେଶ ଚୌଧୁରୀ ।

Tags: IPL 2026mi vs csk

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି
  • ଭ୍ୟାନ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ
  • ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ, ବଢୁଛି ପ୍ରଦୂଷଣ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.