Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ମହାନଦୀ ଜଳ ବିବାଦ : ମେ’ ୨ ରେ ପରବର୍ତ୍ତୀ ଶୁଣାଣି

Sanchar Live by Sanchar Live
April 21, 2026
in ଓଡିଶା
0
0
SHARES
12
VIEWS
Facebook
Twitter

ସୋମବାର ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି ହୋଇଛି । ଏହି ଅବସରରେ ମହାନଦୀରେ ସର୍ବମୋଟ କେତେ ଜଳ ରାଶି ସଂଗୃହୀତ ହେଉଛି, ଏହାର ତଥ୍ୟ ମିଲିୟନ୍ ଏକର ଫିଟ୍‌ରେ ଦାଖଲ କରିବାକୁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଶୁଣାଣି ପୂର୍ବରୁ ଏହି ତଥ୍ୟ ଦାଖଲ ନେଇ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି । ଏହା ଭିତରେ ୨ ରାଜ୍ୟର ବୈଷୟିକ ଟିମ୍ ପ୍ରାୟ ୧୩ ଥର ବୈଠକ କରିଛନ୍ତି । ତେବେ ଦୁଇ ରାଜ୍ୟର ବୈଷୟିକ ଟିମ୍ ଦ୍ୱାରା ମହାନଦୀରେ ମୌସୁମୀ ଏବଂ ଅଣମୌସୁମୀ ସମୟର ଜଳର ତଥ୍ୟ ସଂଗ୍ରହ କରାଯାଇଛି । ଯାହାକୁ ପରବର୍ତ୍ତୀ ଶୁଣାଣି ଅର୍ଥାତ୍ ମେ ୨ରେ ଦାଖଲ କରାଯିବ ବୋଲି ଆଡଭୋକେଟ୍ ଜେନେରାଲ(ଏଜି) ପୀତାମ୍ୱର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ସେହିପରି ଏଜି ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଓଡ଼ିଶା ଓ ଛତିଶଗଡ଼ ଭିତରେ ବିଭିନ୍ନ ପ୍ରସଙ୍ଗ ନେଇ ସହମତି କିପରି ଆସିବ ତାକୁ ନେଇ ଆପୋଷ କଥାବାର୍ତ୍ତା ଜାରି ରହିଛି । ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ବିଷୟବସ୍ତୁକୁ ନେଇ ଆଲୋଚନା ମାଧ୍ୟମରେ ସହମତି ପ୍ରକାଶ ପାଉଛି । ମୋଟ ୪୫ଟି ବିଷୟ ନେଇ ଗତ ଦିନରେ ପ୍ରସଙ୍ଗଗୁଡ଼ିକୁ ଫ୍ରେମ୍ କରାଯାଇଥିଲା । ବର୍ତ୍ତମାନ ଅନେକ ପ୍ରସଙ୍ଗରେ ଦୁଇ ରାଜ୍ୟ ଭିତରେ ସହମତି ପ୍ରକାଶ ପାଇଛି । ପ୍ରସଙ୍ଗଗୁଡିକର ଚୂଡ଼ାନ୍ତ ଫ୍ରେମ୍ କରିବାକୁ ଦୁଇ ରାଜ୍ୟ ୭ ଦିନର ସମୟ ମାଗିଥିଲେ । ଯାହାକୁ ଟ୍ରିବ୍ୟୁନାଲ ପ୍ରଦାନ କରିଥିବା ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Related posts

ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍

ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍

November 6, 2026
ରାଜ୍ୟ ରାଜପଥ କଡ଼ରୁ କାର୍ ସୋ’ରୁମ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଜ୍ୟ ରାଜପଥ କଡ଼ରୁ କାର୍ ସୋ’ରୁମ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

November 6, 2026

ଉଭୟ ରାଜ୍ୟଙ୍କ ପକ୍ଷ ଶୁଣିବା ପରେ ଟ୍ରିବ୍ୟୁନାଲ ଆସନ୍ତା ମେ ୨ ପର୍ଯ୍ୟନ୍ତ ଏହାର ଶୁଣାଣି ସ୍ଥଗତି କରିଥିଲେ । ଇତିମଧ୍ୟରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ବେଲା ଏନ୍ ତ୍ରୀବେଦିଙ୍କ କାର୍ଯ୍ୟକାଳ ମଧ୍ୟ ଆସନ୍ତା ଜାନୁୟାରୀ ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଆପୋଷ ଆଲୋଚନାର ଅଗ୍ରଗତି ଆଶାନୁରୂପ ହେବାରେ ବିଳମ୍ବ ଯୋଗୁଁ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ମଧ୍ୟ କିଛିଟା ଅସନ୍ତୋଷ ବ୍ୟକ୍ତ କରିଥିଲେ । ଶୀଘ୍ର ଏହି ବିବାଦର ସମାଧନା ପାଇଁ ଯେଭଳି ରାସ୍ତା ପରିଷ୍କାର ହୁଏ, ତାହାର ଉପାୟ ଖୋଜିବା ପାଇଁ ସେ ମଧ୍ୟ ଉଭୟ ପକ୍ଷଙ୍କୁ କହିଥିଲେ।

Tags: chatishgarhmahanadiodisha

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.