Monday, November 2, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home କ୍ରୀଡ଼ା

ଆଜି ହାଇଦ୍ରାବାଦକୁ ଭେଟିବ ଦିଲ୍ଲୀ

Sanchar Live by Sanchar Live
April 21, 2026
in କ୍ରୀଡ଼ା
0
0
SHARES
10
VIEWS
Facebook
Twitter

ଚଳିତ ଆଇପିଏଲ୍‌ର ୩୧ତମ ଲିଗ୍ ମ୍ୟାଚରେ ଆଜି ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଏହି ମ୍ୟାଚରେ ଉଭୟ ଦଳ ନିକଟରେ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିବା ପାଇଁ ସୁଯୋଗ ରହିଛି । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ପୂର୍ବ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଦଳକୁ ହରାଇ ଦିଲ୍ଲୀର ମନୋବଳ ବୃଦ୍ଧି ପାଇଛି । ଅବଶ୍ୟ ଦଳର ପ୍ରଦର୍ଶନ ଉନ୍ନତ ରହିଛି । କେବଳ ବ୍ୟାଟିଂ କ୍ରମର ୩ନଂ ସ୍ଥାନକୁ ନେଇ ରହିଥିବା ଦୁର୍ବଳତା ଦୂର ହୋଇନାହିଁ । ହାଇଦ୍ରାବାଦ ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ବିନା ଖେଳୁଥିଲେ ହେଁ ଇଶାନ କିଷନଙ୍କ ନେତୃତ୍ୱରେ ଚମତ୍କାର ପ୍ରଦର୍ଶନ କରୁଛି । କିଷନଙ୍କ ନେତୃତ୍ୱକୁ ପ୍ରଶଂସା ମିଳୁଛି ।

Related posts

ହାର୍ଦ୍ଦିକଙ୍କୁ ନିଅ, ଏହି ୨ ଜଣଙ୍କୁ ଦିଅ: ଚର୍ଚ୍ଚାରେ KKR-MI ଟ୍ରେଡ଼ ଡିଲ

ହାର୍ଦ୍ଦିକଙ୍କୁ ନିଅ, ଏହି ୨ ଜଣଙ୍କୁ ଦିଅ: ଚର୍ଚ୍ଚାରେ KKR-MI ଟ୍ରେଡ଼ ଡିଲ

November 2, 2026
ଚର୍ଚ୍ଚାରେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ଉମା

ଚର୍ଚ୍ଚାରେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ଉମା

October 29, 2026

ଗତ ଶନିବାର ଅନୁଷ୍ଠିତ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ଅକ୍ଷର ପଟେଲ ଆହତ ହୋଇଥିଲେ । ବ୍ୟାଟିଂ କରୁଥିବାବେଳେ ଗୋଡ଼ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ରିଟାୟାର୍ଡ ହର୍ଟ ହୋଇ ଗ୍ରାଉଣ୍ଡ ଛାଡ଼ିବାକୁ ପଡ଼ିଥିଲା । ମାତ୍ର ସେ ଫିଟ୍ ହୋଇଛନ୍ତି ଓ ଆଜି ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କୋଚ୍ ହେମାଙ୍ଗ ବଦାନି ପ୍ରକାଶ କରିଛନ୍ତି। ଅକ୍ଷର ନଖେଳିଲେ କେଏଲ ରାହୁଲ ନେତୃତ୍ୱ ନେବା ସମ୍ଭାବନା ରହିଛି । ସେହିପରି ଅକ୍ଷରଙ୍କ ସ୍ଥାନରେ ପୃଥ୍ୱୀ ଶ’ କିମ୍ବା ଅଭିଷେକ ପୋରେଲଙ୍କୁ ସୁଯୋଗ ମିଳିପାରେ ।

ଆଜି ରାହୁଲଙ୍କ ଉପରେ ନଜର ରହିବ । ସେ ଏହି ମ୍ୟାଚରେ ୫୦ ରନ୍ କଲେ ସର୍ବକାଳୀନ ସର୍ବାଧିକ ଆଇପିଏଲ୍ ରନ୍ କ୍ଲବରେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ଅତିକ୍ରମ କରିବେ। ରାହୁଲ ଇତି ମଧ୍ୟରେ ୫୩୯୦ ରନ ସଂଗ୍ରହ କରିସାରିଛନ୍ତି । ଧୋନି ୫୪୩୯ ରନ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି । ଆଇପିଏଲ୍‌ରେ ସର୍ବାଧିକ ରନ ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି । ସେ ୮୯୦୮ ରନ ସଂଗ୍ରହ କରିସାରିଛନ୍ତି । ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟରଙ୍କ ପାଇଁ ଭୂସ୍ୱର୍ଗ । ୨୦୨୪ ସିଜନରେ ମୁମ୍ବାଇ ବିପକ୍ଷରେ ହାଇଦ୍ରାବାଦ ଏହି ପିଚ୍‌ରେ ୨୭୭ ରନ ଓ ଗତ ବର୍ଷ ରାଜସ୍ଥାନ ବିପକ୍ଷରେ ଏହି ପିଚ୍ରେ ୨୮୬ ରନ ସଂଗ୍ରହ କରିଥିଲା । ପଞ୍ଜାବ ବିପକ୍ଷରେ ୨୪୫ ରନ ସଂଗ୍ରହ କରି ମଧ୍ୟ ହାଇଦ୍ରାବାଦ ପରାଜିତ ହୋଇଥିଲା । ରାତ୍ରି ମ୍ୟାଚ ହୋଇଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ହାଇଦ୍ରାବାଦ: ଅଭିଷେକ ଶର୍ମା, ଟ୍ରାଭିସ୍ ହେଡ୍, ଇଶାନ କିଷନ (ଅଧିନାୟକ), ଅନିକେତ ବର୍ମା, ହେନରିଚ କ୍ଲାସେନ, ନୀତିଶ କୁମାର ରେଡ୍ଡୀ, ସଲିଲ ଆରୋରା, ଲିଆମ ଲିଭିଙ୍ଗଷ୍ଟୋନ/ଦିଲଶାନ ମଦୁଶଙ୍କା, ଶିବାଙ୍ଗ କୁମାର, ଇଶାନ ମାଲିଙ୍ଗା, ପ୍ରଫୁଲ୍ଲ ହିଙ୍ଗେ, ସାକିବ ହୁସେନ ।

ଦିଲ୍ଲୀ: ପଥୁମ ନିଶଙ୍କା, କେଏଲ ରାହୁଲ, ସମୀର ରିଜଭୀ, ଅକ୍ଷର ପଟେଲ (ଅଧିନାୟକ), ଡେଭିଡ୍ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, ଆଶୁତୋଷ ଶର୍ମା, ଆକିବ ନବି, ଲୁଙ୍ଗି ଏନଗିଡ଼ି, କୁଲଦୀପ ଯାଦବ, ମୁକେଶ କୁମାର, ଟି ନଟରାଜନ ।

Tags: cricket newsIPL 2026srh vs dc

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି
  • ଭ୍ୟାନ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ
  • ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ, ବଢୁଛି ପ୍ରଦୂଷଣ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.