ରାଜ୍ୟସଭା ନିର୍ବାଚନ। ସକାଳ ୯ଟାରୁ ରାଜ୍ୟସଭା ନିର୍ବାଚନ ଲାଗି ଚାଲିଛି ମତଦାନ | ଅପରାହ୍ନ ୪ଟା ଯାଏ ହେବ ମତଦାନ | ଅପରାହ୍ନ ୫ ଟାରେ ହେବ ଗଣତି। ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଚାଲିଛି ମତଦାନ। ପ୍ରଥମେ ଭୋଟ ଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଭୋଟ ଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବହୁ କ୍ୟାବିନେଟ ମନ୍ତ୍ରୀ ବିଧାନସଭାରେ ପହଞ୍ଚିଲେ ।
ରାଜ୍ୟସଭା ନିର୍ବାଚନ ଲାଗି ମତଦାନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହା ସହ ଦଳୀୟ ବିଧାୟକ ବି ଦେଇଛନ୍ତି ଭୋଟ।
୪ ଆସନ ଲାଗି ମଇଦାନରେ ୫ ପ୍ରାର୍ଥୀ। ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଡାକ୍ତର ଦତ୍ତେଶ୍ଵର ହୋତା ହେଉଛନ୍ତି ବିଜେଡି ଓ କଂଗ୍ରେସର ମିଳିତି ପ୍ରାର୍ଥୀ। ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ବିଜେପି ପ୍ରାର୍ଥୀ କରିଛି। ବିଜେପି ସମର୍ଥନରେ ସ୍ଵାଧୀନ ପ୍ରା
