ଆଜି ଖେଳାଯିବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମୁକାବିଲା । ଭାରତ ୩-୧ରେ ଆଗୁଆ ରହି ସିରିଜ କବଜା କରିସାରିଛି । ଗତ ବିଗ ବାସ୍ ଲିଗରେ ସେ ୧୮୪.୧୮ ଷ୍ଟ୍ରାଇକ ରେଟ ୪୬୬ ରନ ସଂଗ୍ରହ କରି ଭାରତ ଆସିଛନ୍ତି । ତେଣୁ ବିଶ୍ୱକପ୍ ପୂର୍ବରୁ ତାଙ୍କୁ ଏକ ସୁଯୋଗ ଦେବା ଜରୁରି । ଥିରୁଅନନ୍ତପୁରମ୍ ସ୍ଥିତ ଗ୍ରୀନ ଫିଲ୍ଡ ଷ୍ଟାଡ଼ିୟମ୍ରେ ଭାରତ ୨ଟି ଟି-ଟ୍ୱେଣ୍ଟି ଖେଳିଛି ଓ ଉଭୟ ମ୍ୟାଚରେ ବିଜୟ ହାସଲ କରିଛି । ଏଠାରେ ମଧ୍ୟ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଦ୍ୱିତୀୟ ଭାଗରେ କାକର ଯୋଗୁଁ ବ୍ୟାଟିଂ ସହଜ ହେଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ନ୍ୟୁଜିଲାଣ୍ଡ ମଧ୍ୟ ଆଉ ଏକ ମ୍ୟାଚ ଜିତି ବିଶ୍ୱକପ୍ ପାଇଁ ମନୋବଳ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିବ । କେବଳ ଦଳର ଅତିରିକ୍ତ ଖେଳାଳିଙ୍କୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ସୁଯୋଗ ଦେବା ସହ ବୋଲିଂ ବିଭାଗରେ ବିଭିନ୍ନତା ଆଣିବାକୁ ପ୍ରୟାସ କରାଯିବ ।
କିଷନ ଫିଟ୍ ହୋଇ ସାରିଛନ୍ତି ଓ ଶନିବାର ସେ ଖେଳିବା ଏକ ପ୍ରକାର ନିଶ୍ଚିତ । ତଥାପି ବ୍ୟାଟିଂ ବିଭାଗରେ ପରିବର୍ତ୍ତନ କରାଯାଇପାରେ । ସଞ୍ଜୁ ସାମସନ ଫର୍ମରେ ନାହାନ୍ତି । କିନ୍ତୁ ତାଙ୍କୁ ବିଶ୍ରାମ ନଦେଇ ବିଶ୍ୱକପ୍ ପୂର୍ବରୁ ଆଉ ଏକ ସୁଯୋଗ ଦେବାକୁ ଭାରତ ଚେଷ୍ଟା କରିବ । ସେ ମଧ୍ୟ ନିଜ ଘରୋଇ ଗ୍ରାଉଣ୍ଡ୍ରେ ଖେଳିବେ । କିଷନଙ୍କୁ ଓପନର ଭାବେ ଖେଳାଇବାର ସମୟ ଆସିଛି । ଅଭିଷେକ ଶର୍ମାଙ୍କୁ ବିଶ୍ରାମ ଦେଇ କିଷନଙ୍କୁ ଓପନ କରାଯାଇପାରେ । ୩ନଂ ସ୍ଥାନରେ ଶ୍ରେୟାସ ଆୟରଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ । ନ୍ୟୁଜିଲାଣ୍ଡ ମଧ୍ୟ ଓପନିଂ ବିଭାଗରେ ପରୀକ୍ଷା ନିରୀକ୍ଷା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଡେଭନ କନୱେଙ୍କ ସ୍ଥାନରେ ଫିନ ଆଲେନ ଓପନ କରିବା ଆଶା କରାଯାଉଛି

