ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦ରେ ଭାରତର ସହଜ ବିଜୟ । 7 ୱେକେଟରେ ଜିତିଲା ଭାରତ । ଭାରତ ମୋଟ 15.5 ଓଭର ଖେଳି 3 ୱେକେଟ ହରାଇ 120 ରନ କରି 7 ୱେକେଟ ରେ ମ୍ୟାଚ ଜିତି ଯାଇଛନ୍ତି । ପ୍ରଥମରୁ ଭାରତ ଆକ୍ରମଣାତ୍ମକ ସ୍ଥିତିରେ ଖେଳିଥିଲା । ଅଭିଷେକ ଶର୍ମା ମାତ୍ର 18 ବଲ ଖେଳି 35 ରନ କରିଥିଲେ । ଶୁଭମନ ଗିଲ ଓ ଅଭିଷେକଙ୍କ ଯୋଡି ଭାରତର ରନ ରେଟ ଆଗେଇ ନେଇଥିଲେ । ଭାରତର ପ୍ରଥମ ୱେକେଟ 60 ରନ ରେ ପଡିଥିଲା । ଭାରତ ମାତ୍ର 5.2 ବଲ ରେ ଦ୍ରୁତ 60 ରନ କରିପାରିଥିଲା ଭାରତର ବୋଲିଂକୁ ଅଭିଷେକଙ୍କ ପରେ ବ୍ୟାଟିଂ ପାଇଁ ଆସିଥିଲେ ତିଲକ ବର୍ମା । ଗିଲ 28 ବଲ ଖେଳି 28 ରନ ରେ ମାରକୋଙ୍କ ବଲ ରେ ଆଉଟ ହୋଇଥିଲେ ।
ଭାରତର 11.5 ଓଭର ଖେଳିଥିବା ବେଳେ ତାର ୨ ୟ ୱେକେଟ 92 ରନ ରେ ପଡିଥିଲା । ତାପରେ ଆସିଥିଲେ ସୂର୍ଯ୍ୟକୁମାର ଯାଦବ । ଉଭୟ ଯୋଡି ଭାରତକୁ ବିଜୟ ଆଡକୁ ଆଗେଇ ନେଇଥିଲେ । ତିଲକଙ୍କ ବ୍ୟକ୍ତିଗତ ରନ –ବଲ ରେ –ରନ କରି ଥିବାବେଳେ ସୂର୍ଯ୍ୟକୁମାର ଯାଦବ 11 ବଲ ରେ 12 ରନ କରି ଆଉଟ ହୋଇଥିଲେ । ଭାରତ 109 ରନ ବେଳେ 3 ୱେକେଟ ହରାଇଥିଲା ।

