ସଂଚାର ବ୍ୟୁରୋ: କଟକ ମହାନଦୀ ମଧୁସୂଦନ ସେତୁ ନିକଟରେ ବୁଲୁଛି କୁମ୍ଭୀର । କୁମ୍ଭୀର ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼ । ସେତୁ ତଳେ ବାଲିରେ ଖରା ଖାଉଛି ଖଡ଼ିଆଳ କୁମ୍ଭୀର । ପାଖାପାଖି ୧୨ ଫୁଟର ଘଡିଆଳ କୁମ୍ଭୀର ଖରା ଖାଉଛି । ଯାହାକୁ ଦେଖିବାକୁ ବ୍ରିଜ୍ ଉପରେ ଲୋକଙ୍କ ଭିଡ଼ ଜମିଛି । ସେପଟେ କୁମ୍ଭୀରକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

